Odisha news

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ନମୋ ନବମତଦାତା ସମ୍ମିଳନୀ

0
ବଡ଼ମ୍ବା ୨୫/୦୧-ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ବଡ଼ମ୍ବା ଶଙ୍ଖାମେରୀ କଲେଜ୍ ପଡ଼ିଆ ଠାରେ ନମୋ ନବମତଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଅନିଲ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିଜୟ କୁମାର ଦଳବେହେରା,କଟକ ଜିଲ୍ଲା ସମ୍ପାଦକ ରାମ ନାରାୟଣ ମହାନ୍ତି, କଟକ ଜିଲ୍ଲା ଉପସଭାପତି ବିଭୁଦତ୍ତ ପଟ୍ଟନାୟକ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ନଳିନୀ ରାୟ, ଯୁବମୋର୍ଚ୍ଚା ପ୍ରଭାରୀ ସଞ୍ଜୀବ କୁମାର ପଣ୍ଡା, ଜୋନ ସଭାପତି ସରୋଜ କୁମାର ବେଉରା, ଲକ୍ଷ୍ମୀଧର ପ୍ରଧାନ ସନ୍ତୋଷ କୁମାର ବେହେରା ଉପସଭାପତି ମହେନ୍ଦ୍ର ପଢ଼ିଆରି ପ୍ରମୁଖ ଉପସ୍ଥିତ ରହି ଥିଲେ | ଏହି ସମ୍ମିଳନୀରେ ୧୮ ବର୍ଷରୁ ୨୫ ବର୍ଷ ମଧ୍ୟରେ ବିଭିନ୍ନ ମହାବିଦ୍ୟାଳୟରେ ପଢ଼ୁଥିବା ଯୁବପିଢ଼ି ବହୁ ସଂଖ୍ୟାରେ ଯୋଗ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦବୋଧନ ଆଭାସୀ ମାଧ୍ୟମରେ ଶୁଣିଥିଲେ | ଜିଲ୍ଲା ସମ୍ପାଦକ ଶ୍ରୀ ମହାନ୍ତି ପ୍ରଧାନମନ୍ତ୍ରୀଙ୍କ ଜନହିତକର ଯୋଜନା ଓ  ଯୁବ ଭୋଟର ମାନଙ୍କ ଗଣତନ୍ତ୍ର ସମ୍ବନ୍ଧରେ ଦାୟିତ୍ୱ ସମ୍ପର୍କ ଆଲୋକପାତ କରିଥିଲେ | ଦଳର ନେତା ଶ୍ରୀ ଦଳବେହେରା ଯୁବଶକ୍ତି ଜାଗ୍ରତ ହେଲେ ରାଷ୍ଟ୍ରର ବିକାଶ ହେଵା ନିଶ୍ଚିତ ବୋଲି ମତ ପ୍ରକାଶ କରିଥିଲେ | ଏହି କାର୍ଯ୍ୟକ୍ରମରେ ଶ୍ରୀ ଦଳବେହେରାଙ୍କ ସମେତ ଯୁବମୋର୍ଚ୍ଚା ସଭାପତି ଚିତ୍ତରଞ୍ଜନ ମହାନ୍ତି, ଦାଶରଥି ସାହୁ, ଜ୍ୟୋତିରଞ୍ଜନ ବଳବନ୍ତରାୟ, ଅଟଳବିହାରୀ ପ୍ରଧାନଙ୍କ ସମେତ ବଡ଼ମା ବ୍ଲକର ବହୁ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ | ସେହିଭଳି ବଡ଼ମ୍ବା କାନ୍ଥିତଳ ସାହି ଠାରେ ବିଜେପି ନେତା ସମ୍ବିତ ତ୍ରିପାଠୀଙ୍କ ଦ୍ୱାରା ଆୟୋଜିତ ନବମତଦାତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ଯୁବମୋର୍ଚ୍ଚା ଉପସଭାନେତ୍ରୀ ଅର୍ପିତା ଅପରାଜିତା ବଡ଼ଜେନା ଯୋଗ ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ଏକାଡେମୀ ନିର୍ଦ୍ଦେଶକ ଦୀପକ ରାଉତ, ଅଭିଜିତ ମିଶ୍ର, ଅରିନ୍ଦମ ଦାସ ପ୍ରମୁଖ ଯୋଗଦେଇ ବିଭିନ୍ନ କର୍ମଶାଳା ଆୟୋଜିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଶ୍ରୀ ତ୍ରିପାଠୀଙ୍କ ସମେତ ସୂର୍ଯ୍ୟ କିଶୋର ମହାନ୍ତି, ସରୋଜ କୁମାର ରଣା, ନିରଞ୍ଜନ ଶତପଥୀ, ଚିତ୍ତରଞ୍ଜନ ମିଶ୍ର, ଚିତ୍ତ ରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ |
Leave A Reply