Odisha news

ବଜ୍ରକପ୍ତା କାତି ଜବତ : ଘଟଣାରେ ୨ ଜଣ ଗିରଫ

0
ଠାକୁରମୁଣ୍ଡା ତା ୨୪/୦୧ : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳ ରୁ ବୁଧବାର ଦିନ ବନ କର୍ମଚାରୀ ମାନେ ଜୈନେକ ବ୍ୟକ୍ତି ଙ୍କ ଘରେ ଖନ୍ତାଲାସ କରି  ବଜ୍ରକାପ୍ତା ଜବତ କରିଛନ୍ତି।ଏହି ଘଟଣା ରେ ସଂପୂର୍କ୍ତ ୨ ଜଣ ବ୍ୟକ୍ତି ଙ୍କୁ ବନବିଭାଗ ଗିରଫ କରିଛି।ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାଲେଇବେଡା ଗ୍ରାମପଞ୍ଚାୟତ ଅଧିନ ଖପରଖାଇ ଗ୍ରାମର କରନ ହାଁନସଦା ଓ ବଡ଼ମହୁଲଡ଼ିହା ଗ୍ରାମର ଡୁବରାଜ ଗାଗରାଇ ବୋଲି ଜଣାପଡିଛି।ମିଳିଥିବା ସୂଚନା ଅନୁଯାୟୀ ଜଙ୍ଗଲ ରୁ  ବଜ୍ରକପ୍ତା ଶିକାର କରି ତାର କାତି କୁ ଖାପରଖାଇ ଗ୍ରାମର କରନ ହାଁନସଦା ତାଙ୍କ ଘରେ ରଖିଥିବାର କୌଣସି ସୂତ୍ରରୁ ବନବିଭାଗ ଖବର ପାଇଥିଲା।କରଞ୍ଜିଆ ଡିଏଫଓ ଶ୍ରୀକାନ୍ତ ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର ପାଣିଗ୍ରାହୀ,ଫୋରେଷ୍ଟର ମନୋଜ ବେହେରା,ସୁନୀଲ ସାହୁ,ନଳିନୀ ମହାନ୍ତ,ପ୍ରମୋଦ ମହାନ୍ତ ଙ୍କ ସମେତ ବନବିଭାଗ ଉତ୍ତର ଓ ଦକ୍ଷିଣ ଡିଭିଜନ ର କର୍ମଚାରୀ ମାନେ ସର୍ଚ୍ଚ ୱାରେଣ୍ଟ ନେଇ ସକାଳେ ଖପରଖାଇ ଗ୍ରାମର କରନ ହାଁନସଦା ଙ୍କ ଘର ଭିତରେ ଖନ୍ତାଲାସି କରି ୪ କିଗ୍ରା ୫୦୦ ଗ୍ରାମ ଓଜନ ର ବଜ୍ରକପ୍ଟା କାତି ଜବତ କରିଥିଲେ।ଏବଂ କରନ ସମେତ ଘଟଣା ରେ ସଂପୂର୍କ୍ତ ଡୁବରାଜ୍ ଗାଗରାଇ କୁ ଗିରଫ କରି ଠାକୁରମୁଣ୍ଡା ରେଞ୍ଜ କାର୍ଯ୍ୟାଳୟ କୁ ଆଣିଥିଲେ।ଏ ନେଇ ଠାକୁରମୁଣ୍ଡା ରେଞ୍ଜ ପକ୍ଷରୁ ବନ୍ୟ ପ୍ରାଣୀ ଆଇନ ଅନୁଯାୟୀ କେଶ ନମ୍ବର ୧୨୯ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।ଏହି ବନବିଭାଗ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Leave A Reply