୩ୟ ତମ ଅନ୍ତଃ ରାଜ୍ୟସ୍ତରୀୟ ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ କେସି ଇଲେଭେନ ଭେଟେରେନ ବିଜୟୀ
ବ୍ରହ୍ମପୁର :-ସ୍ଥାନୀୟ ଗୋସାଇଁନୂଆଗାଁ କେସି ହାଇସ୍କୂଲ ଖେଳ ପଡିଆ ଠାରେ କେସି ଇଲେଭେନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୩ୟ ତମ ଅନ୍ତଃ ରାଜ୍ୟସ୍ତରୀୟ ଟେନିସ ବଲ କ୍ରିକେଟ ମ୍ୟାଚରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ମିଡ଼ିଆ ଇଲେଭେନ ବନାମ କେସି ଇଲେଭେନ ଭେଟେରେନ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା l କେସି ଭେଟେରେନ ଇଲେଭେନ ଦଳ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗର ନିଷ୍ପତ୍ତି ନେଇଥିଲେ l ନିର୍ଦ୍ଧାରିତ ୧୨ ଓଭର ଖେଳି ୯ ଗୋଟି ୱକେଟ ବିନିମୟରେ ୧୨୭ରନ କରିଥିଲେ l ଦଳ ପକ୍ଷରୁ ଡି.ଲିଙ୍ଗରାଜୁ ୧0 ବଲ ଖେଳି ୩୬ ରନ କରିଥିଲେ l ମିଡ଼ିଆ ଇଲେଭେନ ପକ୍ଷରୁ ବୋଲିଙ୍ଗରେ ମନୋଜ କୁମାର ପଣ୍ଡା ୩ ଓଭର ପକାଇ ୨୮ ରନ ଦେଇ ୩ ଗୋଟି ୱକେଟ ଅକ୍ତିହାର କରିଥିଲେ l ଜବାବରେ ମିଡ଼ିଆ ଇଲେଭେନ ପକ୍ଷରୁ ୧୨ ଓଭର ଖେଳି ୯ ଗୋଟି ୱକେଟ ହରାଇ ମାତ୍ର ୧୧୯ ରନ କରିଥିଲେ l ଗୌରୀ ୨୭ ରନ କରିଥିଲେ l କେସି ଭେଟେରେନ ଇଲେଭେନ ଦଳ ପକ୍ଷରୁ ବୋଲିଙ୍ଗରେ ଅମୀୟ ଦାସ ୨ ଓଭର ପକାଇ ୧୨ ରନ ଦେଇ ୩ ଗୋଟି ୱକେଟ ଅକ୍ତିହାର କରିଥିଲେ l ଆଜିର ମ୍ୟାଚକୁ କେସି ଇଲେଭେନ ଭେଟେରେନ ଦଳ ୯ ରନରେ ବିଜୟ ଲାଭ କରିଲା l ଆଜିର ମ୍ୟାଚରେ କେସି ଇଲେଭେନ ଦଳର ପକ୍ଷରୁ ଡ଼ି. ଲିଙ୍ଗରାଜୁ ମେନ ଅଫ ଦା ମ୍ୟାଚ ଭାବେ ବିବେଚିତ ହୋଇଥିବା ବେଳେ l ଆଜିର ଏମ୍ପାୟାର ଭାବେ ଅବିଷେକ ନାୟକ ଓ ଆଦିତ୍ୟ ନାରାୟଣ ପାଢ଼ୀ ମେଚ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ଜଗନ୍ନାଥ ଚୌଧୁରୀ ସହଯୋଗ କରିଥିଲେ l ଆଜିର ମୁଖ୍ୟ ଅତିଥି ଭାବେ ଅମୀୟ କୁମାର ଦାସ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହ କରିବା ସହ ମେନ ଅଫ ଦା ମ୍ୟାଚ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କେସି ଇଲେଭେନ କ୍ରିକେଟ କ୍ଲବର ସଭାପତି ବରେଶ ମହାପାତ୍ର, ବିଜୟ ପଟ୍ଟନାୟକ,ଲିପନ ପାଣିଗ୍ରାହୀ, ହରିହର ପାଢ଼ୀ,ସହ ସମ୍ପାଦକ ବଳରାମ ପଣ୍ଡା ଉପସ୍ଥିତ ରହି ଖେଳକୁ ସହଯୋଗ କରିଥିଲେ l ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ ବ୍ରହ୍ମପୁର ଲାଇନ୍ସ ଇଲେଭେନ ବନାମ ଖୋର୍ଦ୍ଧା ୟୁନାଇଟେଡ଼ ବ୍ରଦର୍ସ ମଧ୍ୟରେ ଖେଳ ଅନୁଷ୍ଠିତ ହେବ l