Odisha news

ଘରୋଇ ବିଦ୍ୟାଳୟ ସଂଗଠନ ପକ୍ଷରୁ ଏକ କିଲୋମିଟର ତ୍ରିରଙ୍ଗା ଯାତ୍ରା

0

କେନ୍ଦ୍ରାପଡ଼ା, ୨୩ା୧: ପ୍ରଚଣ୍ଡ ଦେଶପ୍ରେମୀ ସାଲିସ ବିହୀନ ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶର ପରାଧୀନ ସମୟର ସଂଗ୍ରାମ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଗାଥାକୁ ଜଣାଇବା ପାଇଁ କେନ୍ଦ୍ରାପଡା ଘରୋଇ ସ୍କୁଲ ସଂଗଠନ ତରଫରୁ ଏକ କିଲୋମିଟର ଲମ୍ବର ତ୍ରିରଙ୍ଗା ପତାକା ଯାତ୍ରା ଆୟୋଜନ କରାଯାଇଥିଲା । ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଯାତ୍ରାକୁ ଉଦ୍ଘାଟନ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ ଓ କେନ୍ଦ୍ରାପଡା ପୌରପାଳିକା ସରିତା ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସଂଗଠନ ପକ୍ଷରୁ ଇଚ୍ଛାପୁର ମାଉସୀ ମା’ ମନ୍ଦିର ନିକଟରୁ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଏହି ଦୁଇ ପ୍ରମୁଖ ସଂଗ୍ରାମୀଙ୍କର ଦେଶ ସ୍ୱାଧୀନ ପାଇଁ ଅବଦାନ ଅତୁଳନୀୟ ବୋଲି ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ । ଏହାପରେ ସକାଳ ୮ଟାରୁ ରଥଦାଣ୍ଡରୁ ଆରମ୍ଭ ହୋଇ ସହର ମଧ୍ୟ ଦେଇ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ (ପ୍ରାୟ ୮କିଲୋମିଟର) ଏହି ତ୍ରିରଙ୍ଗା ଯାତ୍ରା କରାଯାଇଥିଲା । ଏଥିରେ ବିଭିନ୍ନ ସ୍କୁଲର ପ୍ରାୟ ଏକ ହଜାରରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ଏହି ତ୍ରିରଙ୍ଗା ରାଜସ୍ଥାନରୁ ଅଣାଯାଇଥିଲା ବୋଲି ସଭାପତି ନିରଞ୍ଜନ ବେହେରା ଓ ସମ୍ପାଦକ ରଞ୍ଜନ ବିଶ୍ୱାଳ କହିଥିଲେ । ଏହି ତ୍ରିରଙ୍ଗା ଯାତ୍ରାକୁ ସହରର ଛାତ୍ରଛାତ୍ରୀ, ବ୍ୟାବସାୟିକ ପ୍ରତିଷ୍ଠାନ, ସଂଗଠନ, ପୂଜା କମିଟିର ସଦସ୍ୟ, ଲୋକ ପ୍ରତିନିଧି, ବରିଷ୍ଠ ନାଗରିକ ମଞ୍ଚ ଓ ବୁଦ୍ଧିଜୀବୀମାନେ ପିଲାମାନଙ୍କୁ ଉସôାହିତ କରିବା ସହିତ ବିପୁଳ ସ୍ୱାଗତ ଜଣାଇଥିଲେ ।

Leave A Reply