Odisha news

ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ

0
ଆଠଗଡ଼ ତା ୨୩-୦୧-୨୪ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୮ ଟି ଓ୍ଵାର୍ଡ କୁ ଘରେ ଘରେ ପାନୀୟ ଜଳ ଯୋଗାଣ ପାଇଁ ଆଠଗଡ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ୨୯ କୋଟି ୯୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ର ଶିଳାନ୍ୟାସ ସ୍ଥାନୀୟ ରାଧା ପ୍ରସନ୍ନ ପୁର ଠାରେ କରିଛନ୍ତି। ମହାନଦୀର ଫୁଲବାଡି ଠାରୁ  ଏହି ପାନୀୟ ଜଳ ଉତ୍ତୋଳନ କରା ଯାଇ ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ଯୋଗାଇ ଦିଆଯିବ।  ଆଠଗଡ଼ ର ୨୦୨୨୬ ଜନସାଧାରଣ ୩୬୧୦  ଟି ପାଣି ସଂଯୋଗ ମାଧ୍ୟମରେ ଏହାର ଲାଭ ପାଇ ପାରିବେ ବୋଲି କୁହାଯାଉଛି। ୧୮ ମାସ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୪ ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଅଶୋକ ନଗର ଠାରେ ୩ ଲକ୍ଷ ଲିଟର, ଆଠଗଡ଼ ଷ୍ଟାଡିୟମ ଠାରେ ୪.୫୦ ଲକ୍ଷ ଲିଟର ଏବଂ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଠାରେ ୭ ଲକ୍ଷ ଲିଟର ପାଣି ଗଚ୍ଛିତ ରହିବ ବୋଲି କୁହା ଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଆଠଗଡ଼ ଏନ୍ ଏ ସି ଅଧ୍ୟକ୍ଷା ସସ୍ମିତା ରାଉତ,ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ କାଉନସିଲର, ସହରୀ ବିକାଶ ପ୍ରକଳ୍ପ ନିର୍ଦ୍ଦେଶକ ହେମନ୍ତ କୁମାର ସ୍ବାଇଁ, ସହକାରୀ ମୁଖ୍ୟ ଯନ୍ତ୍ରୀ ଅରବିନ୍ଦ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।
Leave A Reply