Odisha news

ଭଞ୍ଜନଗର କଲେଜ ରୋଡରେ ରହିଥିବା ସରକାରୀ କୁକୁଡା ପ୍ରଜନନ କେନ୍ଦ୍ର ପରିସରରେ ଜଣେ କର୍ମଚାରୀ ଆତ୍ମହତ୍ୟା

0

ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର : ଭଞ୍ଜନଗର କଲେଜ ରୋଡରେ ରହିଥିବା ସରକାରୀ କୁକୁଡା ପ୍ରଜନନ କେନ୍ଦ୍ର ପରିସରରେ ଜଣେ କର୍ମଚାରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉକ୍ତ କୁକୁଡା ଫାର୍ମର ପିଅନ ମନୋଜ କୁମାର ବିଶ୍ବାଳ(୩୯) ଗତକାଲି ରାତି ସମୟରେ ଫାର୍ମ ପରିସରରେ ରହିଥିବା ହେଚେରୀ ମଧ୍ୟରେ ଏକ ଫ୍ୟାନ୍ରେ ଝୁଲୁଥିବା ରାତ୍ର ଜଗୁଆଳ ଦେଖିବାକୁ ପାଇଥିଲେ। ସେ ଫାର୍ମ ପରିଚାଳକଙ୍କୁ ଜଣାଇବା ପରେ ସେ ପୁଲିସ୍ରେ ଅଭିଯୋଗ କରିବା ପରେ ପୁଲିସ୍ ସେଠାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ଏନେଇ କେସ୍ ନମ୍ବର ୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଭଗବାନ ପୂଜାରୀ ପ୍ରକାଶ କରିଛନ୍ତି। ତେବେ ମନୋଜଙ୍କ ନିଜ ଘର ବ୍ରହ୍ମପୁର ସଦର ଥାନା ସୁକୁଣ୍ଡାରେ ହୋଇଥିବା ବେଳେ ସେ ନିଜ ପତ୍ନୀ ଓ ୨ ସନ୍ତାନକୁ ନେଇ ସରକାରୀ କ୍ବାଟର୍ସରେ ରହୁଥିଲେ। ସନ୍ଧ୍ୟାରେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ଅଫିସ୍ କିମ୍ବା ଅନ୍ୟ କୌଣସି କାରଣରୁ ସେ ଏଭଳି ଚରମ ନିଷ୍ପତି ତାହା ତଦନ୍ତ ପରେ ଜଣାପଡିବ ବୋଲି ଥାନା ଅଧିକାରୀ ଭଗବାନ ପୂଜାରୀ ପ୍ରକାଶ କରିଛନ୍ତି।

Leave A Reply