Odisha news

କିଶୋରୀ ମେଳାରେ ଦକ୍ଷତା ପ୍ରଦର୍ଶନ

0
ସାକ୍ଷୀଗୋପାଳ : ମୂଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି  ଯୋଜନା ଆନୁକୂଲ୍ୟରେ ସତ୍ୟଵାଦୀ ବ୍ଲକ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ରେ ଶନିବାର କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି। ଜୟପୁର ଅଙ୍ଗନବାଡ଼ି ସେକ୍ଟର ଅନ୍ତର୍ଗତ ଵିଭିନ୍ନ ଗ୍ରାମର କିଶୋରୀ ମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଆୟୋଜିତ ରଙ୍ଗୋଲି, ନୃତ୍ୟ, ସଙ୍ଗୀତ, କୁଇଜ୍, ଚିତ୍ରାଙ୍କନ, ମ୍ୟିୟୁଜିକ ଚେୟାର ପ୍ରତିଯୋଗିତାରେ ଛାତ୍ରୀମାନେ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବିଡ଼ିଓ ଲିପ୍ସା ରାୟ, ସିଡିପିଓ ରାଜଲକ୍ଷ୍ମୀ ଦାସ, ଶିକ୍ଷୟିତ୍ରୀ ସମର୍ପିକା ଜେନା, ସି ଏଚ ଓ ରଞ୍ଜିତା ଦାସ ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ। ଦୁଗଲ ଓ ଜୟପୁର ପଞ୍ଚାୟତ ର ସୁପରଭାଇଜର ମିତା ଵାଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ଅଶଂ ଗ୍ରହଣ କରିଥିବା କିଶୋରୀ ମାନଙ୍କ ର ଓଜନ, ଉଚ୍ଚତା ଚେକ୍ ଅପ୍ କରିବା ସହ ସୁନ୍ଦର ସ୍ବାସ୍ଥ୍ୟ ଗଠନ ନିମନ୍ତେ ପରାମର୍ଶ ଦିଆଯାଇଥିଲା।
Leave A Reply