ଭାରତୀୟ କ୍ରିକେଟ ଖେଳାଳୀ ସୂର୍ଯ୍ୟ କୁମାର ଯାଦବ ଯାହାଙ୍କୁ ସମସ୍ତେ ସ୍କାଇ ନାମରେ ମଧ୍ୟ ଜାଣି ଥାଆନ୍ତି, ସେ ସ୍ପୋର୍ଟସ ହାର୍ନିଆ ରେ ପୀଡିତ ଅଟନ୍ତି l ଏହି ରୋଗ ହାର୍ନିଆ ଭଳି ଅଟେ କିନ୍ତୁ ସ୍ପୋର୍ଟସ ହାର୍ନିଆ ରେ ସବୁଠୁ ଅଧିକ ଖେଳାଳୀ ପୀଡିତ ହୋଇ ଥାଆନ୍ତି l
ଏହି ସମସ୍ୟାରେ ଯଦି କୌଣସି ଖେଳାଳୀ ଙ୍କ ନିକଟରେ ଦେଖା ଯାଇଥାଏ ତାହାକୁ ସହଜ ରେ ନେବା ଉଚିତ ନୁହେଁ l ବିଶେଷ ଭାବରେ ଖେଳାଳି ମାନେ ଦଉଡ଼ା ଦଉଡ଼ି କରିବା ଦ୍ୱାରା ତାଙ୍କର ମାଂସ ପେଷି ବାଧାପ୍ରାପ୍ତ ହୋଇ ଟାଣି ହୋଇ ଯନ୍ତ୍ରଣା ହୋଇଥାଏ l ଏହାକୁ ସ୍ପୋର୍ଟସ ହାର୍ନିଆ କୁହାଯାଇ ଥାଏ l ଯଦି ସମୟ ଥାଉ ଥାଉ ଆମେ ଏହାକୁ ଠିକ ନକରିବା ତେବେ ଏହା ଭବିଷ୍ୟତ ରେ ସମସ୍ୟା ସୃଷ୍ଟି କରିବ l
ଏବଂ ଅନେକ ସମୟରେ ସ୍ପୋର୍ଟସ ହାର୍ନିଆ ପେଟ ର ତଳ ପାର୍ଶ୍ଵ ରେ କୌଣସି ଆଘାତ ଲାଗିବା ଦ୍ୱାରା ମଧ୍ୟ ହୋଇଥାଏ l ଯାହାଦ୍ୱାରା ଛାତି ରେ ପୋଡ଼ିବା ସମସ୍ୟା ରୁ ଆରମ୍ଭ ହୋଇଥାଏ l ତେଣୁ ସ୍ପୋର୍ଟସ ହାର୍ନିଆ ସମସ୍ୟା ଦେଖାଯିବା ମାତ୍ରକେ ତୁରନ୍ତ ଡାକ୍ତର ଙ୍କୁ ପରାମର୍ଶ କରି ଅପରେସନ ବ୍ୟବସ୍ଥା କରିବା ଜରୁରୀ l
