ବାରିପଦା : ବାରିପଦା ଟାଉନ ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ନିକଟରୁ ମୋବାଇଲ୍ ଛିନ୍ତାଇ କରି ମୋବାଇଲ ମାଧ୍ୟମରେ ଟଙ୍କା ଲୁଟ୍ କରିଥିବା ଘଟଣାରେ ଦୁଇଜଣ ନାବାଳକ ଧରାପଡିଛନ୍ତି । ଘଟନାରୁ ପ୍ରକାଶ ଯେ, ବାରିପଦା ଟାଉନ ଥାନା ଅନ୍ତର୍ଗତ ମାଳିସାହି ୱାର୍ଡ ନମ୍ବର ୮ ଅଞ୍ଚଳର ସୁକାନ୍ତ କୁମାର ସେଠୀ(୫୬)ଙ୍କ ମୋବାଇଲ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ । ତେବେ ସୁକାନ୍ତ କୁମାର ସେଠୀ ଦାରଗାଡାହି ଗୋଲେଇ ନିକଟସ୍ଥ ନର୍ମଦା ଗାର୍ଡେନ ନିକଟରେ ଛିଡା ହୋଇ ମୋବାଇଲରେ ବାର୍ତ୍ତାଳପ କରୁଥିବାବେଳେ ହଠାତ୍ ଦୁଇଜଣ ଦୃର୍ବତ୍ତ ଗୋଟିଏ ମୋଟର ସାଇକେଲରେ ଆସି ତାଙ୍କ ଠାରୁ ମୋବାଇଲ ଛଡାଇ ନେଇ ଲକ୍ଷ୍ମୀପୋଷି ଆଡକୁ ପଳାଇଥିଲେ । ପରେ ସୁକାନ୍ତ ଜାଣିବାକୁ ପାଇଥିଲେ ଯେ, ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩୮,୬୬୦ ଟଙ୍କା ଚୋରି ହୋଇଥିବା ମୋବାଇଲ ଫୋନ୍ରୁ ଲୁଟ୍ କରାଯାଇଥିଲା । ଏନେଇ ସୁକାନ୍ତ ବାରିପଦା ଟାଉନ ଥାନାରେ ଅଭିଯୋଗ କରିବା ପରେ ୭୮୧/୨୩ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା । ପୁଲିସ ସାଇବର ସେଲ୍ ସାହାଯ୍ୟରେ ପୁରୁଣା ବାରିପଦା ଠାରୁ ଚୋରି ହୋଇଥିବା ମୋବାଇଲ ଫୋନ୍ ସହ ଅନ୍ୟ ଗୋଟିଏ ମୋବାଇଲ ଫୋନ ଓ ୨୨,୦୦୦ ଟଙ୍କା ଏବଂ ଓଡି-୧୧ଜେଡ୍-୨୩୧୩ ନମ୍ବର ବିଶିଷ୍ଟ ଗୋଟିଏ ମୋଟର ସାଇକେଲ ଜବତ କରିଥିଲେ ।