Odisha news

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ପିଏମ ଜନମନ ଯୋଜନା କାର୍ଯ୍ୟକାରିଣୀ ବୈଠକ

0

ବାରିପଦା  : ଜାତୀୟ ଜନଜାତୀୟ ଦିବସ ଅବସରରେ ସମ୍ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ ଜନମନ ଯୋଜନା ମାଧ୍ୟମରେ କିପରି ବିଶେଷ ଭାବରେ ଦୁର୍ବଳ ଆଦିବାସୀ ଗୋଷ୍ଠୀକୁ ସାହାଯ୍ୟ କରି ହେବ ସେ ବିଷୟରେ ମତବ୍ୟକ୍ତ କରିଥିଲେ । ସେହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ସମନ୍ୱୟ କମିଟିର ସମସ୍ତ ସଦସ୍ୟ ତଥା ସମସ୍ତ ବିଶେଷ ଜିଲ୍ଲା ଅଧିକାରୀ ମାନଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ସ୍ଥିତ ଓସୱାନ ହଲ ଠାରେ ଅନୁଷ୍ଠିତ ହୋଇଥିଲା । ପିଏମ କିସାନ, ଚଗଇଣ ଭଳି ସମସ୍ତ କେନ୍ଦ୍ରୀୟ ଯୋଜନା ସବୁ ଏହି ଶ୍ରେଣୀ ଅନ୍ତର୍ଗତ ହୋଇଥିବା ନେଇ ଏବଂ ସେମାନଙ୍କ ପ୍ରକୃତ କାର୍ଯ୍ୟକାରିତା ବିଷୟରେ ଅନୁଧ୍ୟାନ କରି ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଥିଲେ । ପ୍ରକାଶ ଥାଉକି, ବିଶେଷ ଭାବରେ ଦୁର୍ବଳ ଆଦିବାସୀ ଗୋଷ୍ଠୀ (ଚଠଞଏଗ୍ଦ) କୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଏହି ପଦକ୍ଷେପ ସେମାନଙ୍କର ଅନନ୍ୟ ଆହ୍ୱାନର ସମାଧାନ ତଥା ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅତ୍ୟାବଶ୍ୟକ ଭିତ୍ତିଭୂମି ଯୋଗାଇବା ପାଇଁ ସାମର୍ଥ୍ୟ ବହନ କରେ । ଏଣୁ ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଜିଲ୍ଲାପରିଷଦର ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରଜନୀକାନ୍ତ ସ୍ୱାଇଁଙ୍କୁ ଏହି କାର୍ଯ୍ୟପ୍ରଣାଳୀର ଉତ୍ତମ ପର୍ଯ୍ୟବେକ୍ଷଣ କରିବା ପାଇଁ ଦାୟିତ୍ୱ ଦେଇଥିବାବେଳେ ସମସ୍ତ ବିଡିଓ ଏବଂ ଆଇଟିଡିଏ ପ୍ରକଳ୍ପ ପ୍ରଶାସକମାନଙ୍କୁ ଦାୟିତ୍ୱ ଦେଇଥିଲେ । ଜିଲ୍ଲାର ଯେଉଁ ସବୁ ବ୍ଲକଠାରେ ଏହି ସବୁ କାର୍ଯ୍ୟ ଚାଲିଛି ଏହାକୁ ତ୍ୱରାନ୍ୱିତ ଏବଂ ବିଶେଷକରି ଚିହ୍ନିତ ହେଇଥିବା ଜିଲ୍ଲାର ୬୭ଟି ଗ୍ରାମ ମାନଙ୍କରେ ଏହି କାର୍ଯ୍ୟ ପ୍ରମୁଖ ଆଧାରରେ କରିବା ପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲପାଳ ଶ୍ରୀ ଭରଦ୍ୱାଜ କହିଥିଲେ ଯେ, ଯେଉଁ ସବୁ ଗ୍ରାମବାସୀ ମାନେ ଏପର୍ଯ୍ୟନ୍ତ ଆଧାର କାର୍ଡର ସୁବିଧା ପାଇଁ ନାହାନ୍ତି, ଜାତିଗତ ପ୍ରମାଣ ପତ୍ର ଯେଉଁଠାରେ ମିଳିନାହିଁ, ସେମାନଙ୍କୁ ତୁରନ୍ତ ଏହି ସୁବିଧା କରାଇବାପାଇଁ ଅଧିକାରୀ ମାନେ ତତ୍ପର ହେବେ । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆସନ୍ତା ଜାନୁଆରୀ ୧୫ତାରିଖ ଦିନ ଆଭାସୀ ଜରିଆରେ କିଛି ଜିଲ୍ଲାଙ୍କ ସହିତ ଏହି ବିଷୟରେ ଆଲୋଚନା କରିବେ ଏବଂ ଯେହେତୁ ମୟୂରଭଞ୍ଜ ଜିଲ୍ଲା ଏକ ବିଶେଷ ସ୍ଥାନ ଅଧିକାର କରୁଛି ତେଣୁ ଏହି ଜିଲ୍ଲା ପ୍ରତି ବିଶେଷ ଧ୍ୟାନ ରହିବ ବୋଲି ଜିଲ୍ଲାପାଳ କହିଥିଲେ । ବିଶେଷକରି ଚିହ୍ନିତ ୬୭ଟି ଗ୍ରାମ ମାନଙ୍କରେ ଏହି କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ ହେବା ସହିତ ଏହାର ବିଶଦ ବିବରଣୀ ଜିଲ୍ଲାପାଳଙ୍କ ପାଖରେ ଦାଖଲ କରିବାକୁ ମଧ୍ୟ ନିଦେ୍ର୍ଦଶ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଅଭିମନୁ୍ୟ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣଚନ୍ଦ୍ର ସେଠୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ସେଠୀ ପ୍ରମୁଖ ଯୋଗ ଦେବା ସହିତ ସମସ୍ତ ବିଡ଼ିଓ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ତହସିଲଦାରଙ୍କ ସମେତ ମୟୂରଭଞ୍ଜ ମୁଖ୍ୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ପରିଚାଳକ, ଏବଂ ଅନ୍ୟାନ୍ୟ ଜିଲ୍ଲା ଅଧିକାରୀ ଉପସ୍ଥିତ ଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅବିନାଶ ପାଣି ପ୍ରକାଶ କରିଥିଲେ ।

Nalco
Leave A Reply