Odisha news

ଏମ୍ପିସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ-ଓ କାର୍ଯ୍ୟକ୍ରମ ଉଦ୍ୟାପନ

0

ବାରିପଦା  : ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା ଉଦ୍ୟାପନୀ ଉସôବ ବିଦ୍ୟାଳୟର ଅଧ୍ୟକ୍ଷ ଉପେନ୍ଦ୍ର କୁମାର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷୟ କରାଯାଇଥିଲା । ସାଂସ୍କୃତିକ ସମିତିର ସଭ୍ୟ ସାଉନା କିସ୍କୁ ଅତିଥି ମାନଙ୍କୁ ମଞ୍ଚାସ୍ଥ କରିଥିବାବେଳେ ସାଂସ୍କୃତିକ ସମିତିର ନୋଡାଲ ଅଧିକାରିଣୀ ସ୍ମୃତିରେଖା ଗିରି ସ୍ୱାଗତ ଅଭିଭାଷଣ ରଖିଥିଲେ । ଉକ୍ତ ଉସôବରେ ମୁଖ୍ୟଅତିଥି ଭାବେ ଏସଡିସି ଅଧ୍ୟକ୍ଷ ଡାଃ ଦେବାଶିଷ ମାର୍ଣ୍ଡି ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ମୟୂରଭଞ୍ଜର କଳା, ସଂସ୍କୃତି ଓ ଐତିହ ବିଷୟରେ ଅବଗତ କରାଇବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ରାଜ ପ୍ରାସାଦର ଜଣେ ଜଣେ ରାଜକୁମାର ଓ ରାଜକୁମାରୀ ଭାବେ ସମ୍ବୋଧିତ କରିଥିଲେ । ଡା ମାର୍ଣ୍ଡି ନିଜ ଅଭିଭାଷଣରେ ବିଦ୍ୟାର୍ଥୀ ମାନଙ୍କୁ ନିଜ ଜନ୍ମ ମାଟିର ନାଆ ରଖିବାକୁ ପ୍ରେରିତ କରିବା ସହ ସ୍ୱଭାବ କବି ଗଙ୍ଗାଧର ମେହେର ଓ ହରିବଂଶ ରାୟ ବଚନଙ୍କ ଲୋକପ୍ରିୟ ବାଣୀ ମାଧ୍ୟମରେ ପାଠ ସହିତ ସଂଗୀତ, ନୃତ୍ୟ ସଂସ୍କୃତିକୁ ଦେଶ ବିଦେଶରେ ପରିଚିତ କରାଇବାର ବାର୍ତ୍ତା ଦେଇଥିଲେ । ଛାତ୍ର ପ୍ରତିନିଧି ସୁଶ୍ରୀ ବିଦ୍ୟାଶ୍ରୀ ନାୟକ ନୂଆ-ଓ ଅଧିନରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ସଫଳତା ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ । ସଭା ଶେଷରେ ସାଂସ୍କୃତିକ ସମିତିର ଆସୋସିଏଟ୍ ନୋଡାଲ ଅଧିକାରିଣୀ ଅମିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ ସମିତିର ସଭ୍ୟ ବିରମଲ ସିଂ, ମାନସ ରଞ୍ଜନ ନାୟକ, ପାଞ୍ଚଳୀ ଗଡନାୟକ, ବିଶ୍ୱରଞ୍ଜନ କର, ଛାତ୍ର ପ୍ରତିନିଧି ସାଗେନ ହେମ୍ବ୍ରମ, ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ପ୍ରମୁଖ କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ସଫଳତାର ସହିତ ପରିସମାପ୍ତ କରାଯାଇଥିଲା ।

Leave A Reply