Odisha news

34 ତମ ରାଜ୍ୟସ୍ତରୀୟ ମଙ୍ଗଳା କପ୍ ପାରା ମାଉଣ୍ଟ  ଭୁବନେଶ୍ୱରକୁ ହରାଇ ରାମେଶ୍ୱର ସ୍ପୋର୍ଟିଂ ସେମିରେ

0
କାକଟପୁର 27/23  କାକଟପୁର ମିନି ଷ୍ଟାଡିୟମ ରେ ଚାଲିଥିବା ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ରେ ପରସ୍ପର କୁ ଭେଟିଥିଲେ ଓଡିଶା ର ଦୁଇ ଅଗ୍ରିଣ କ୍ରିକେଟ ଟିମ ରାମେଶ୍ୱର ସ୍ପୋଟିଂ ଭୁବନେଶ୍ୱର ଏବଂ ପାରାମାଉଣ୍ଟ  ସ୍ପୋଟିଂ ଭୁବନେଶ୍ୱର l  ପ୍ରଥମେ ଟସ ଜିତି ପାରା ମାଉଣ୍ଟ ଫିଲ୍ଡିଂ  କରିବାର ନିଷ୍ପତି ନେଇଥିଲା ଓ  ରାମେଶ୍ୱର କୁ ବ୍ୟାଟିଂପାଇଁ ନିମନ୍ତ୍ରଣ  ଦେଇଥିଲା ରାମେଶ୍ୱର ସ୍ପୋର୍ଟିଂ ନିର୍ଦ୍ଧାରିତ  25 ଓଭର ରେ 225ରନ ସଂଗ୍ରହ କରିଥିଲା l  ଦଳ ତରଫରୁ ଶ୍ରେୟାଂଶ କୁମାର 52ଟି ବଲରେ 83ରନ ସଂଗ୍ରହ କରିଥିଲେ l ବିଜୟ ଲକ୍ଷ ନେଇ  ପାରା ମାଉଣ୍ଟ  ସମାନ ସଂଖ୍ୟକ ଓଭର ଖେଳି 225ରନ କରି ଅଲଆଉଟ ହୋଇଯାଇଥିଲା l ଏଣୁ ମ୍ୟାଚ ଟି ଟାଏ ହୋଇ ଯାଇଥିଲା. ଆମ୍ପୟାର ଙ୍କ ନିଷ୍ପତି କ୍ରମେ ସୁପର ଓଭର ଖେଳାଯାଇଥିଲା ଏହି ସୁପର ଓଭର ରେ ପାରା ମାଉଣ୍ଟ  14ରନ ସଂଘ୍ରହ କରିଥିଲା 15ରନର ଟାର୍ଗେଟ ଦେଇଥିଲା ରାମେଶ୍ୱର କୁ ରାମେଶ୍ୱର ଶେଷବଲରେ ବିଜୟୀ ହୋଇଥିଲା. ଏହି ଉତ୍କଣ୍ଠା ପୂର୍ଣ୍ଣ ମ୍ୟାଚ କୁ ହଜାର, ହଜାର  କ୍ରିକେଟ ପ୍ରେମୀ  ଖେଳ ର ମଜା ନେଇଥିଲେ.ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ରେ ଅଥିତି ଭାବେ କାକଟପୁର ପ୍ରେସ କ୍ଲବ ର ସଭାପତି କମଳ ଲୋଚନ ଦୀକ୍ଷିତ ଏବଂ ଉପ ସଭାପତି ତୁଷାର ରଞ୍ଜନ ଦୀକ୍ଷିତ ଯୋଗ ଦେଇ ବିଜୟୀ ଦଳର ଶ୍ରେୟାଂଶ କୁମାର କୁ ମ୍ୟାନ ଅଫ ଦ ପୁରସ୍କାର ପ୍ରଦାନ କରିଥିଲେ. ଆସନ୍ତା କାଲି ଚତୃର୍ଥ କ୍ୱାଟର ଫାଇନାଲ ମ୍ୟାଚ ରେ ୟୁନିକ ଇଲେଭେନ ଭଦ୍ରକ ଏବଂ ବିଶ୍ଵଭାରତୀ କଟକ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ଲବ ର ସଭାପତି ପ୍ରଦୀପ୍ତ ଦୀକ୍ଷିତ କହିଛନ୍ତି l  କ୍ଲବର   ସମ୍ପାଦକ ଶୁଭ୍ରାଂଶୁ ଦୀକ୍ଷିତ ମ୍ୟାନେଜର ଭାଗବତ ସ୍ୱାଇଁ କୋଷଧ୍ୟକ୍ଷ  ସୂର୍ଯ୍ୟକାନ୍ତ ଦୀକ୍ଷିତ, ଧିରେନ ଚାନ୍ଦ, ଅକ୍ଷୟ ପ୍ରସାଦ ମହାନ୍ତି, ,ସଞ୍ଜୟସାମଲ,ସୁଶାନ୍ତ ଦାଶ, ଶ୍ୟାମ ସୁନ୍ଦର ରଣା,, ପ୍ରମୁଖ ଉପସ୍ଥିତ ରହି ଖେଳକୁ ସୁଚାର ରୂପେ ପରିଚାଳନା କରିଥିଲେ l
Leave A Reply