Odisha news

ମାନପୁର ଛକ ନିକଟରୁ ଏକ କଟା ପାପୁଲି ଉଦ୍ଧାର: ହତ୍ୟା ସନ୍ଦେହ

0
ନିରାକାରପୁର,୨୪/୧୨: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ନରଣଗଡ ପଞ୍ଚାୟତ ମାନପୁର ଛକ ନିକଟରୁ ଆଜି ଏକ କଟା ପାପୁଲି ପଡିଥିବାର ଲୋକେ ଦେଖି ପୋଲିସକୁ ଜଣାଇଥିଲେ। ପରେ  ଘଟଣାସ୍ଥଳରେ ଜଂକିଆ ଥାନା ଆଇଆଇସି  ପ୍ରଜ୍ଞା ରିତମ୍ଭରା କର ପହଞ୍ଚି ଉକ୍ତ କଟା ପାପୁଲିକୁ ଜବତ କରି ଅଧିକ ତଥ୍ୟ ସଂଗ୍ରହ କରିବାକୁ ଲୋବ୍ରୋଟରୀ କୁ ପଠାଇଛନ୍ତି। ଅନୁସନ୍ଧନ ପରେ ଘଟଣା ସମ୍ପର୍କରେ କିଛି ତଥ୍ୟ ମିଳିପାରିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ସନ୍ଦେହ କରାଯାଉଛି ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ।କୁକୁର ସେଠାରୁ ଉକ୍ତ କଟା ପାପୁଲି ଆଣି ରାସ୍ତା କଡ଼ରେ ପକାଇଛି।
Leave A Reply