Odisha news

ଜେନାପୁର କଲେଜରେ ନୂଆ ଓଡିଶା ନବୀନ ଓଡିଶା ବ୍ୟାନର ଚିରା : ୩ଜଣ ଗିରଫ

0
ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ଜେନାପୁର ଥାନା ଅନ୍ତର୍ଗତ ଜେନାପୁର କଲେଜରେ ନୂଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ଲାଗିଥିବା ବ୍ୟାନର ଚିରିବା ଅଭିଯୋଗରେ ପୋଲିସ ୩ଜଣଙ୍କୁ ଗିରଫକରି ରବିବାର ଦିନ କୋର୍ଟ ଚାଲାଣ କରିଛି! ଗିରଫ ହୋଇଥିବା ୩ଜଣ ହେଉଛନ୍ତି ଜେନାପୁର ଥାନା ଅନ୍ତର୍ଗତ କବାଟବନ୍ଧ ଗ୍ରାମର ପ୍ରଭାତ ବେଜ ଓ ଦୀଲିପକୁମାର ସାହୁ ଏବଂ ଚଉଷଠିପଡା ଗ୍ରାମର ପ୍ରଭାତକୁମାର ମହାନ୍ତି।ଗତକାଲି ରାତିରେ ଏହି ଯୁବକମାନେ ଜାରକାରୁ ଫେରୁଥିବା ସମୟରେ କଲେଜ ପାର୍ଶ୍ଵରେ ଗେଟହୋଇ ଏହି ବ୍ୟାନର ଓ ପୋଷ୍ଟର ସବୁ ଲାଗିଥିଲା! ସେମାନଙ୍କ ମୋଟରସାଇକେଲ ସେଥିରେ ବାଜିବାରୁ ସେମାନେ ପଡି ଯାଇଥିଲେ! ପରେ ଉତ୍ତେଜିତ ହୋଇ କିଛି ବ୍ୟାନରକୁ ଚିରିଦେଇଥିଲେ! ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ ଜେନାପୁର ଥାନାରେ ଏତଲା ଦାୟର କରବା ପରେ ପୋଲିସ ରବିବାର ଦିନ ଏହି।ତିନିଜଣଙ୍କୁ ଗିରଫକରି  ଚଣ୍ଡିଖୋଲ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି!

Leave A Reply