Odisha news

କଦାପି ଘରେ ଲଗାନ୍ତୁ ନାହିଁ ଏହି ସବୁ ବୃକ୍ଷ , ଟାଣି ନେଇଥାଏ ଦରିଦ୍ରତା ଆଡକୁ

0

ସନାତନ ଧର୍ମରେ ଗଛବୃକ୍ଷ କୁ ପୂଜନୀୟ ସ୍ଥାନ ଦିଆଯାଇ ଥାଏ l ମାନ୍ୟତା ରହିଛି ଯେ ଘରେ ଗଛ ବୃକ୍ଷ ରହିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ଓ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ l କିନ୍ତୁ ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ କିଛିଟା ଗଛବୃକ୍ଷ ଘର ନିକଟରେ ରହିବ ଦ୍ୱାରା କିମ୍ବା ଘର ବଗିଚାରେ ରହିବା ଦ୍ୱାରା ଘରର ସୁଖଶାନ୍ତି ରେ ଗ୍ରହଣ ଲାଗିଯାଇ ଥାଏ l ତେଣୁ ଏହିସବୁ ଗଛକୁ ଘରର ଅଗଣା କିମ୍ବା ବାଡ଼ି ବଗିଚା ରେ ରଖିବା ଆଦୌ ଜରୁରୀ ନୁହେଁ l

* କିଛି ଲୋକ ଘରର ଶୋଭା ବୃଦ୍ଧି କରିବା ପାଇଁ ଘର ଅଗଣା ରେ ଓ ଘରେ କାକଟସ ଲଗାଇ ଥାଆନ୍ତି l କିନ୍ତୁ ଏହାକୁ ରଖିବା ଠିକ ନୁହେଁ l ଘରେ କଣ୍ଟାଯୁକ୍ତ ଗଛ ରଖିବା ଦ୍ୱାରା ସବୁବେଳେ କଳହ ହୋଇଥାଏ l ବାସ୍ତୁଶାସ୍ତ୍ରରେ କୁହାଯାଏ ଯେ କଣ୍ଟାଯୁକ୍ତ ଗଛ ସମସ୍ତ ଅଶାନ୍ତି ର କାରଣ ହୋଇଥାଏ l

* ହିନ୍ଦୁ ଧର୍ମରେ ଓସ୍ତ ବୃକ୍ଷକୁ ଗୋଟିଏ ପବିତ୍ର ବୃକ୍ଷ ଭାବରେ ପୂଜା କରାଯାଏ l କିନ୍ତୁ ଏହି ବୃକ୍ଷ ମନ୍ଦିର ନିକଟ ରେ କିମ୍ବା ନଦୀ କୂଳରେ ରହିବ ଶୁଭ ହୋଇଥାଏ l କିନ୍ତୁ ଏହି ଗଛଟି କୁ କଦାପି ଘରର ଅଗଣାରେ ରଖନ୍ତୁ ନାହିଁ l ଏହା ଜୀବନ ର ସମସ୍ତ ସୁଖରେ ବାଧା ଆଣିଥାଏ l ଏହି ଗଛଟି ଯଦି ଘର ଅଗଣାରେ ରହିଥାଏ ତେବେ ଘର ମଧ୍ୟକୁ ନକାରାତ୍ମକ ଶକ୍ତିର ଆଗମନ ହୋଇଥାଏ l

* ଘର ବଗିଚା ରେ କଦାପି ତେନ୍ତୁଳୀ ଗଛ ରଖିବା ଉଚିତ ନୁହେଁ l ଏହି ଗଛଟି ଯଦି ଘର ଅଗଣାରେ ରହିଥାଏ ତେବେ ସମ୍ପର୍କ ରେ ଖୁବ ଶୀଘ୍ର ଫାଟ ସୃଷ୍ଟି ହୋଇଥାଏ l ତେଣୁ ନିଜ ଘର ଅଗଣାରେ କଦାପି ତେନ୍ତୁଳୀ ଗଛ ରଖିବା ଉଚିତ ନୁହେଁ l

* ଗୋଟିଏ କଥା ଜାଣି ରଖନ୍ତୁ ଯେ ଯଦି କେବେ ଘରର ଅଗଣା ରେ ଲିମ୍ବ ଗଛ ରଖୁଛନ୍ତି ତେବେ ଏହା ନିକଟରେ ଅଁଳା ଓ ବେଲଗଛ ନିହାତି ରହିଥିବା ଉଚିତ l କିନ୍ତୁ କଦାପି ଗୋଟିକିଆ ଲିମ୍ବ ଗଛ ଘର ଅଗଣାରେ ରଖନ୍ତୁ ନାହିଁ l ଏହାଦ୍ୱାରା ମନୋମାଳିନ୍ୟ ହୋଇଥାଏ l

* ତାଳଗଛ କଦାପି ବଗିଚାରେ ରଖିବେ ନାହିଁ l ନଡ଼ିଆ ଗଛ ରଖିବା ଶୁଭ ହୋଇଥାଏ l ତାଳଗଛ ରହିଲେ କଦାପି ଏହା ଜୀବନ ରେ ଆଗକୁ ବଢିବାକୁ ଦେଇ ନଥାଏ l ଏହି ଗଛଟି ଖୋଲା ସ୍ଥାନରେ ରହିଲେ ଶୁଭ ହୋଇଥାଏ , କିନ୍ତୁ କୌଣସି ବଗିଚା ରେ ନୁହେଁ l

Leave A Reply