Odisha news

କାକଟପୁର ଅସ୍ତରଙ୍ଗ ବିକାଶ ମଞ୍ଚ ପରିଷଦର ବିଶାଳମହାସମାବେଶରେ ଯୋଗ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ 

0
କାକଟପୁର  : କାକଟପୁର, ଅସ୍ତରଙ୍ଗ ବିକାଶ ପରିଷଦ ର ଏକ ବିଶାଳ ମହା ସମାବେଶ କାକଟପୁର ବ୍ଲକପଡ଼ିଆ ରେ ଅନୁଷ୍ଠିତ ହୋଇଯାଇଛି l ଏହି ସମାବେଶ ଯୋଗ ଦେବା ପୂର୍ବରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ  ଅଧିତାଷ୍ଟିଦେବୀ ମା ମଙ୍ଗଳାଙ୍କୁ ଦର୍ଶନ କରିବା ସହ ସେବାୟତ ମାନଙ୍କ ସହ ମନ୍ଦିର ର  ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l ପରେ ଏକ ବିରାଟ ଶୋଭାଯାତ୍ରା ରେ ହୁଳହୁଳି କରତାଳି ରେ ମହିଳା ମାନଙ୍କ ଗହଣ ରେ ଯାଇ ବ୍ଲକ ପଡ଼ିଆ ସମାବେଶ ରେ ପହଁଚି ଥିଲେ l .ବିକାଶ ମଞ୍ଚ ସଭାପତି ତପନ ମିଶ୍ର ଙ୍କ ସଭାପତିତ୍ୱରେ ଆୟୋଜିତ  ସମାବେଶ ରେ  ମୁଖ୍ୟ ଅତିଥି ସାଂସଦ ଅପରାଜିତା ଷଡ଼ଙ୍ଗୀ, ଉପ ସଭାପତି ଚିତ୍ତ ରଞ୍ଜନ ସ୍ୱାଇଁ, ସଂଯଯୋକ ସର୍ବେଶ୍ୱର ମଲ୍ଲିକ, ସମ୍ପାଦକ ସମାଜସେବୀ   ମାଧବ ଚନ୍ଦ୍ର ମଲ୍ଲିକ   ମନ୍ମଥ ମଲ୍ଲିକ, ଜୀବନ ସାହୁ .ବିଷ୍ଣୁ ଚରଣ ଷଡ଼ଙ୍ଗୀ, ପ୍ରଫୁଲ ଦାସ, ରମେଶ କାଣ୍ଡି, ମଳୟ ରଞ୍ଜନ ଦାସ, ମିନା ରାଣୀ ନାୟକ, ଜୟନ୍ତୀ ସ୍ୱାଇଁ, ରଞ୍ଜିଲତା ବିଶ୍ୱାଳ, କବିତା ପୋଟେଇ, ଝିଲିଲତା ସ୍ୱାଇଁ, ପ୍ରଭାତୀ ବାରିକ, ଶୁଭଲକ୍ଷ୍ମୀ ନାୟକ, ଅରୁଣ ବିଶ୍ୱାଳ, ମନୋଜ ବିଶ୍ୱାଳ, ସ୍ୱୟଂ ପ୍ରଭା ପରିଡ଼ା, ମନମୋହନ ବିଶ୍ୱାଳ, ଅବସର ପ୍ରାପ୍ତ ପ୍ରଶାସକ ଡ଼ଃ ଜଗବନ୍ଧୁ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ l  ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନିଜ ଅଭିଭାଷଣ ରେ ମତରଖିଥିଲେ ବହୁଦିନ ପରେ ପବିତ୍ର ଭୂମି ଆସି ଥିଲି, ଇଏ ମୋ ଶାଶୂଘର ଆଗରୁ ଦୁଇ ରୁ ୩ ଥର ଆସିଛି. ମାନ୍ୟବର ପ୍ରଧାନମନ୍ତ୍ରୀ ରାଜନୀତିକୁ ତିନୋଟି ଶବ୍ଦରେ ପରିଭାଷାସୀମିତ କରିଛନ୍ତି. କହିଛନ୍ତି ରାଜିନୀତି ର ଅର୍ଥ ଲୋକନୀତି, ଲୋକସେବା ଆଉ ବିକାଶ. ବିକାଶ କୁ ନେଇ ବିଭିନ୍ନ ଲୋକ ସହ ଆଲୋଚନା କରିଛନ୍ତି. ସମସ୍ୟା ଗୁଡିକ ଉପରେ ମତ ବ୍ୟକ୍ତ କରିଥିଲେ ମା ମଙ୍ଗଳା ମନ୍ଦିର ପାଣି ଗଳୁଛି ମରାମତି ଦିଗରେ ଉର୍ନତି କରଣ ଦିଗରେ କିଛି କାର୍ଯ୍ୟ  ହୋଇନାହିଁ, ନିଶ୍ଚିତ ଭାବେ ଏହା ସର୍ବୋଚ୍ଚ ପ୍ରାଥମିକତା ହେବ. ଦ୍ୱିତୀୟ ପ୍ରସଙ୍ଗ ନିଜ ଉକ୍ତିରେ କହିଥିଲେ ପ୍ରାଚୀନଦୀର ପୁନଃଉଦ୍ଧାର ହେଉନାହିଁ, କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ସହ ଆଲୋଚନା କରିବି. ତୃତୀୟ ପ୍ରସଙ୍ଗ ରେ ଗାଁଗାଁ ରେ ମଦକାରବାର ଚାଲିଛି, ରାଜ୍ୟ ସରକାର ନିଦା ବିଷ୍ଣୁ.୨୩ବର୍ଷର ରାଜ୍ୟ ସରକାର କୁମ୍ବକର୍ଣ୍ଣ, ଚତୃର୍ଥ ପ୍ରସଙ୍ଗରେ ମହାଜାନି କାରବାର ବନ୍ଦ କରିବା ଉଚିତ ପଞ୍ଚମ ପ୍ରସଙ୍ଗରେ ଚିଟଫଣ୍ଡ ସମସ୍ୟାକୁ ଆଗାମୀ ଦିନରେ ସ୍ୱର ଉତୋଳନ କରିବେ.ଅପରାଜିତା ଷଡ଼ଙ୍ଗୀ ଗ୍ରସ୍ତ କୁ ନେଇ ପୁଲିସ ପ୍ରଶାସନ ପକ୍ଷରୁ ନିମାପଡା ଏସ୍ଡ଼ିପିଓ ଙ୍କ ସହ କୋଣାର୍କ ଥାନାଧିକାରୀ ପଞ୍ଚାନନ ପରିଡା, ଅସ୍ତରଙ୍ଗ ଥାନାଧିକାରୀ ରାଜେଶ ବଳିୟାରସିଂ, ଚନ୍ଦ୍ରଭାଗା ଥାନାଧିକାରୀ ପ୍ରତିମା ସାହୁ ଙ୍କ ଗୋଟେ ପ୍ଲାଟୁନୁ ପୁଲିସ ଫୋର୍ସ ମୁତୟନ ଥିଲେ l
Leave A Reply