ଭଞ୍ଜନଗର(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ) ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମିନାଙ୍କ ସଂଯୋଜନାରେ ଗଞ୍ଜାମ ପୋଲିସ ପକ୍ଷରୁ ୬୧ତମ ହୋମଗାର୍ଡ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ଗଞ୍ଜାମ ଜିଲ୍ଲାର ୫୩ ଜଣ ହୋମଗାର୍ଡଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଭଞ୍ଜନଗର ଥାନାର ୨ଜଣ ହୋମଗାର୍ଡଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେମାନେ ହେଲେ ପି. ହେମନ୍ତ କୁମାର ଓ କାଳୁଚନ୍ଦ୍ର ସେନାପତି । ସେମାନଙ୍କ ପ୍ରଶଂସନୀୟ କାର୍ଯ୍ୟ ପାଇଁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।ହେମନ୍ତ କୁମାର ଓ କାଳୁ ସେନାପତି ଉଭୟ ଙ୍କୁ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମିନା ବେଷ୍ଟ ହୋମଗାର୍ଡ ପୁରସ୍କାର ପ୍ରଦାନ କରିଥିବାରୁ ଭଞ୍ଜନଗର ଥାନା ଆମ ପୋଲିସ ସମିତିର ସଦସ୍ୟ ଓ ସଦସ୍ୟା ମାନେ ଅତ୍ୟନ୍ତ ଆନନ୍ଦିତ ହେଇଥିବା କଥା ବରିଷ୍ଠ ସଦସ୍ୟ କୃତିବାସ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଅନୁପମ ବାନାର୍ଜୀ କହିଛନ୍ତି, ହୋମଗାର୍ଡ ହେମନ୍ତ କୁମାର ଓ କାଳୁ ସେନାପତି ପୁରସ୍କାର ପାଇବାର ସମସ୍ତ ଶ୍ରେୟ ଭଞ୍ଜନଗର ଥାନା ଅଧିକାରୀ ଭଗବାନ ପୂଜାରୀ ଙ୍କୁ ଦେଇଛନ୍ତି.