Odisha news

ବାଇକ ସହିତ ବାଇକ ମୁଁହାମୁଁହି ଧକ୍କା ; ଜଣେ ମୃତ , ଦୁଇ ଗୁରୁତ୍ୱର 

0
ଢ଼େଙ୍କିକୋଟ ତା ୨୬. ୧୧. ୨୩ : କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ପାଟଣା ରାସ୍ତାର କପାସପଡା ନିକଟରେ ଶନିବାର ସଂନ୍ଧ୍ୟାରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ମୂଷାଖୋରୀ ପଞ୍ଚାୟତ ଅନ୍ତର୍ଗତ ରଥପଡା ଗ୍ରାମର ତ୍ରିଲୋଚନ ମହାନ୍ତଙ୍କ ଏକ ମାତ୍ର ସନ୍ତାନ  ସୁଦର୍ଶନ ମହାନ୍ତ ଓରଫ ଦିଲିପ(୧୭) ବୋଲି ଜଣାପଡିଥିବାବେଳେ ଗୁରୁତରମାନେ ହେଲେ ପାଟଣା ଥାନା ସାଧୁପଡା ଗ୍ରାମର ଘନଶ୍ୟାମ ମହାନ୍ତ ଓ କରଞ୍ଜିଆ ଅଞ୍ଚଳର ବୀରକିଶୋର ମାଟିଆ ବୋଲି ଜଣାପଡିଛି।
Leave A Reply