ବ୍ରହ୍ମପୁର : କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଉତ୍ସବ ରେ ଚକ ଓ କାଠ ରେ ସୂକ୍ଷ୍ମ ବୋଇତ ନିର୍ମାଣ କାର୍ଯ୍ୟ କରିଛନ୍ତି ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା। ଚକ ଓ କାଠ ରେ ସୂକ୍ଷ୍ମ ବୋଇତ କଳା କୃତି ନିର୍ମାଣ ହୋଇ ଥିବା ବୋଇତର ଉଚ୍ଚତା ୯ ମିଲିମିଟର ଓ ଲମ୍ବା ୨.୫ସେଣ୍ଟିମିଟର,କାଠ ବୋଇତ ର ଉଚ୍ଚତା ୨.୫ସେଣ୍ଟିମିଟର ଓ ଲମ୍ବା ୩.୬ ସେଣ୍ଟିମିଟର ଅଟେ।ଏହି କଳା କୃତି କରିବା କୁ ସତ୍ୟ ଙ୍କୁ ଏକଘଣ୍ଟା ସମୟ ଲାଗିଥିବା ବେଳେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବକୁ ସେହି ପରମ୍ପରା କୁ ପାଳନ କରିବା ପାଇଁ ଆମେ ସମସ୍ତେ ମିଳିମିଶି ପାଳନ କରିବା। ଏହା ହେଉଛି ଆମ ଐତ୍ୟହ, ସଂସ୍କୃତି ପରମ୍ପରା ରହିଛି ବୋଲି ସେ କହିଛନ୍ତି।