ସୌନ୍ଦର୍ଯ୍ୟକରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମା’ଅମ୍ବିକା ମନ୍ଦିର ପାଇଁ ୫୦ଲକ୍ଷ ଓ ରାଧାମୋହନ ମନ୍ଦିର ପାଇଁ ୨୫ଲକ୍ଷଟଙ୍କା ଅନୁମୋଦନ
ବାରିପଦା : ଚଳିତବର୍ଷ ଅଗଷ୍ଟ ୧୨ତାରିଖ ଦିନ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନଙ୍କ ନେତୃତ୍ୱରେ ମୟୂରଭଞ୍ଜ ଗସ୍ତ ଅବସରରେ ବାରିପଦାଠାରେ ବାରିପଦା ପୌରପାଳିକା ଓ ଜନସାଧାରଣଙ୍କ ତରଫରୁ ବାରିପଦାର ଅଧିଷ୍ଠାତ୍ରୀ ଦେବୀ ମା’ଅମ୍ବିକା ମନ୍ଦିର ଓ ରାଧାମୋହନ ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ଅନୁରୋଧ କରାଯାଇଥିଲା । ବାରିପଦାବାସୀଙ୍କ ଉଦ୍ବେଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’ଅମ୍ବିକାଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ୫୦ଲକ୍ଷ ଟଙ୍କା ଏବଂ ରାଧାମୋହନ ମନ୍ଦିରର ମରାମତି ଓ ପୁନଃରୁଦ୍ଧାର ନିମନ୍ତେ ୨୫ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି । ଆଜି ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏ ସମ୍ପର୍କରେ ବାରିପଦା ନଗରପାଳଙ୍କୁ ଅବଗତ କରିବା ପରେ ସମଗ୍ର ବାରିପଦା ସହରରେ ଖୁସିର ବାତାବରଣ ଖେଳିଯାଇଛି । ହଜାର ହଜାର ଶ୍ରଦ୍ଧାଳୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ସେମାନଙ୍କର ଭାବନାକୁ ସମ୍ମାନ ଜଣାଇଥିବାରୁ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ରାଜ୍ୟସରକାରଙ୍କ ଯୋଜନା ଓ ସମନ୍ୱୟ ବିକାଶ ଚିଠି ନଂ ୧୯୫୧୮/୭.୧୧.୨୩ ରିଖ ପତ୍ର ମତେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଅଛି । ମା’ଅମ୍ବିକା ପୀଠ ଏବଂ ରାଧାମୋହନ ମନ୍ଦିରର ଉନ୍ନତି କଳ୍ପେ ଅର୍ଥ ମଞ୍ଜୁର କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ ଭି. କାର୍ତ୍ତିକେୟନ ପାଣ୍ଡିୟାନ, ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ରାଜ୍ୟ ବିଜୁଜନତା ଦଳ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ବାରିପଦାବାସୀଙ୍କ ପକ୍ଷରୁ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପନଗରପାଳ ସୀମା ଦାସ ଏବଂ ସମସ୍ତ କାଉନସିଲରଗଣ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି ।