Odisha news

ଅଙ୍ଗନବାଡି କର୍ମୀ ନିଯୁକ୍ତି କୁ ନେଇ ବିବାଦ ୫୫ ଦିନ ପରେ ଅଙ୍ଗନବାଡି ତାଲା ଖୋଲିଲା ପ୍ରଶାସନ

0
ଠାକୁରମୁଣ୍ଡା ତା ୯/୧୧ (ସମୟ ବ୍ୟୁରୋ  ) କରଞ୍ଜିଆ ଉପଖଣ୍ଡ ଠାକୁରମୁଣ୍ଡା ବ୍ଲକ ଭରାଣ୍ଡିହା ଗ୍ରାମ ଅଙ୍ଗନବାଡି କେନ୍ଦ୍ର ର କର୍ମୀ ନିଯୁକ୍ତି ଘଟଣା କୁ ନେଇ ଗ୍ରାମବାସୀ ଦୀର୍ଘ ୫୫ ଦିନ ଧରି  ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇ ବନ୍ଦ ରଖିଥିବା କେନ୍ଦ୍ରକୁ ଗୁରବାର ପ୍ରଶାସନ ପକ୍ଷରୁ ତାଲା ଖୋଲା ଯାଇଛି। ସୂଚନା ଅନୁଯାୟୀ ଭରାଣ୍ଡିହା ଅଙ୍ଗନବାଡି କେନ୍ଦ୍ର ରେ ଥିବା କର୍ମୀ ଅବସର ନେବା ପରେ ନୂତନ କର୍ମୀ ନିଯୁକ୍ତି ନେଇ ଠାକୁରମୁଣ୍ଡା ସମ୍ମନିତ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।ଅଙ୍ଗନବାଡି କର୍ମୀ ପାଇଁ ୧୪ ଜଣ ଆବେଦନ କରିଥିବା ବେଳେ ଯାଞ୍ଚ ପରେ ୯ ଜଣ ଆବେଦନ କାରି ରହି ଥିଲେ।ସେଥି ମଧ୍ୟରୁ କିରଣ ଟୁଡୁ କର୍ମୀ ଭାବରେ ଚୟନ ହୋଇଥିଲେ।ଚୟନ ପ୍ରକ୍ରିୟା ପରେ ଅନ୍ୟ ଆବେଦନ କାରୀ ମାନେ Show ପ୍ରକ୍ରିୟା ଠିକ ନଥିବାର ଅଭିଯୋଗ ଆଣିଥିଲେ।ପ୍ରକାଶିତ ବିଜ୍ଞପ୍ତି ରେ ଭରାଣ୍ଡିହା ଗ୍ରାମର ରମାକାନ୍ତ ବାଇଁଷିଆ ଙ୍କ ଘର ଠାରୁ ରାଇଟର ସିମିନାଖିଆ ଘର ପର୍ଯ୍ୟନ୍ତ ଆବେଦନ କରିଥିବା ପ୍ରାର୍ଥୀନୀ ମାନଙ୍କୁ ଗ୍ରାଧିକାର ଦେବାକୁ ଥିବା ବେଳେ ଅନ୍ୟ ବସ୍ତି ରୁ କର୍ମୀ ଚୟନ ହୋଇଥିବାର ଅଭିଯୋଗ ଆଣି ଗ୍ରାମର ମହିଳା ମାନେ ଅଙ୍ଗନବାଡି କେନ୍ଦ୍ର କୁ ତାଲା ପକାଇ ରଖିଥିଲେ। ୫୫ ଦିନ ପରେ ମାଜିଷ୍ଟ୍ରେଟ ଭାବରେ ଠାକୁରମୁଣ୍ଡା ତହସିଲଦାର ସୁଶ୍ରୀ ସୁପ୍ରିୟା, ସିଡିପିଓ ପ୍ରେମାଲତା ସେଠୀ, ଠାକୁରମୁଣ୍ଡା ଥାନା ଅଧିକାରୀ ସାବିତ୍ରୀ ଦଳେଈ ଓ ପୋଲିସ ଉପସ୍ଥିତ ରେ ତାଲା ଖୋଲା ଯାଇଥିଲା।ସରକାରୀ ଘରେ ବେଆଇନ ଭାବରେ ତାଲା ପକାଇବା ଅପରାଧ,ଯଦି କୌଣସି ଅଭିଯୋଗ ଥାଏ ତେବେ ଆଇନ ଅନୁଯାୟୀ ଉପରିସ୍ଥ ଅଧିକାରୀ ମାନଙ୍କୁ ଅଭିଯୋଗ କରିପାରିବେ ବୋଲି ଗ୍ରାମବାସୀ ମାନଙ୍କୁ ଉପସ୍ଥିତ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ ।
Leave A Reply