ରାଜ୍ଯ ସରକାରଙ୍କ ପଞ୍ଚାୟତିରାଜ ଏବଂ ଆସ୍ପାୟାର ପକ୍ଷରୁ ଆଜି ଘଷିପୁରା ବ୍ଲକ ରେକୁଟିଆ କୁଶଳେଶ୍ବର ଆଞ୍ଚଳିକ ମହାବିଦ୍ଯାଳୟ ପରିସରରେ ଘଷିପୁରା ବ୍ଲକ କୁ ଶିଶୁ ଶ୍ରମିକ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଅଧ୍ଯାପକ ବିଜୟ କୁମାର ସାହୁଙ୍କ ସଭାପତିତ୍ବରେ ମୂଖ୍ଯ ଅତିଥି ଭାବେ ସ୍ଥାନିୟ ଘଷିପୁରା ବିଧାୟକ ପ୍ରଫେସର ବଦ୍ରାନାରାୟଣ ପାତ୍ର,ମୂଖ୍ଯ ବକ୍ତା ଭାବେ ଉପଖଣ୍ତ ପୋଲିସ ଅଧିକାରୀ ପ୍ରଶାନ୍ତ କୁମାର ବେହେରା,ସମ୍ମାନୀତ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ମହାନ୍ତ,ଘଷିପୁରା ବିଡିଓ ମାନସ କୁମାର ସାମଲ,ତହସିଲଦାର ନିଳକଣ୍ଠ ବେହେରା,ପତିତପାବନ ମହାବିଦ୍ଯାଳୟର ଅଧ୍ଯକ୍ଷ ଅମୂଲ୍ଯ କୁମାର ବିଶ୍ବାଳ,ରେକୁଟିଆ କଲେଜ ଅଧ୍ଯକ୍ଷ ସନ୍ତୋଷ କୁମାର ମିଶ୍ର, ଏବଂ ଆସ୍ପାୟାର ପକ୍ଷରୁ ରବି କୁମାର ପ୍ରମୂଖ ଯୋଗଦେଇ ବ୍ଲକକୁ ଶିଶୁ ଶ୍ରମିକ ମୁକ୍ତ ଘୋଷଣା କରିଥିଲେ।ଇତି ଅବସରରେ ଆସ୍ପାୟାର ସମସ୍ତ ସଦସ୍ଯ ସହ ୨୫ ଟି ପଞ୍ଚାୟତରୁ ଜନ ପ୍ରତିନିଧି ମାନେ ଯୋଗଦେଇ ଶିଶୁ ଶ୍ରମିକ ଏବଂ ବାଲ୍ୟ ବିବାହ ମୂକ୍ତ ଦିଗରେ ସଦାସର୍ବଦା କାର୍ଯ୍ଯକରିବାକୁ ଶପଥ ନେଇଥିଲେ।