Odisha news

ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ

0
ଅସ୍ତରଙ୍ଗ  ୭/୧୧ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ପୁରୀଜିଲ୍ଲା ଅସ୍ତରଙ୍ଗ ଠାରେ ଚାଲିଥିବା ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ଏହି ନାଟକ ପ୍ରତିଯୋଗିତାରେ ରାଜ୍ୟର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଯୋଗଦେଇଥିଲେ l ବିଚାରକ ମୁକ୍ତିକାନ୍ତ ନାୟକ ଏବଂ ନଟକିଶୋର ମହାନ୍ତି  କାକଟପୁର ବ୍ଲକ ପଥରପକା ଗ୍ରାମର ମା ବାଟ ମଙ୍ଗଳା ନାଟ୍ୟ ସଂସଦ ଦ୍ୱାରା ପରିବେଶିତ ସନ୍ତୋଷ ସ୍ୱାଇଁ (ଟୁଟୁ )ଙ୍କ ବଳିଷ୍ଠ ନିର୍ଦେଶନାର ନାଟକ ଆଖି ଅବୁଝାକୁ ଲୁହ ଅବୁଝା ନାଟକ କୁ ଶ୍ରେଷ୍ଠ ନାଟକ ଭାବେ ବିବେଚନା କରି ପୁରସ୍କୃତ କରିଥିଲେ l ସେହିପରି ମା ବୁଢ଼ୀ ସାହରେଇ ନାଟ୍ୟ ସଂସଦ, ଅନନ୍ତା ଉପ ବିଜେତା ଭାବେ ଏବଂ ତୃତୀୟ ଦଳ ଭାବରେ ତ୍ରିଛକି ଡ୍ରାମାଟ୍ରି କ୍ଳବ କରଂଜପୁର  ପୁରସ୍କୃତ ହୋଇଛି l ବିଜେତା ଦଳକୁ ନଗଦ ୨୫ ହଜାର ଟଙ୍କା ଓ ଉପବିଜେତା ଦଳକୁ ୧୫ ହଜାର ଟଙ୍କା ତୃତୀୟ ଦଳକୁ ୧୦ହଜାର ଟଙ୍କା  ପୁରସ୍କାର ରାଶି ପ୍ରଦାନ କରାଯାଇଛି l ଉକ୍ତ ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟ କ୍ରୀଡା, ଯୁବ ବ୍ୟାପାର ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା,ପୂର୍ବତନ ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜୋତିର୍ମୟ ଦଳାଇ ଜିଲ୍ଲା ପରିଷଦ ସଭ୍ୟା ସରସ୍ବତୀ ସ୍ୱାଇଁ, ସାଂସଦ ପ୍ରତିନିଧି ଚମ୍ପକ ବାରିକ  ଯୋଗଦେବା ସହିତ ଆୟୋଜକ କ୍ଲବର ସଭାପତି ପ୍ରମୋଦ ଦାଶ, ସମ୍ପାଦକ ଦିଲ୍ଲୀପ ଦାସ, ମୁଖ୍ୟ ପରିଚାଳକ  ସମୀର କୁମାର କର,ପ୍ରକାଶ ପ୍ରଧାନ, ମନୋଜ ବିଶ୍ୱାଳ,,ପ୍ରତାପ ବିଶ୍ୱାଳ,ସଞ୍ଜୟ ପ୍ରଧାନ, ରମାରଞ୍ଜନ ମହାନ୍ତି, ସୁକାନ୍ତ ତ୍ରିପାଠୀ, ନିରଞ୍ଜନ ଦାସ,ପବିନ କାଣ୍ଡି, ହରିହର ମହାନ୍ତି,ପଦିଆ ଦାସ,  ପ୍ରମୁଖ ଉପସ୍ଥିତ ଥିଲେ l
Leave A Reply