Odisha news

ଘର ବାରିପଟୁ ଓକିଲଙ୍କ ମୃତ ଶରୀର ଉଦ୍ଧାର 

0
ବୁଗୁଡ଼ା : ତା ୦୮/୧୧/୨୩ :  ସ୍ଥାନୀୟ ପ୍ରେମଚାନ୍ଦ ନଗର ସ୍ଥିତ ଜନୈକ ଓକିଲଙ୍କ ଘର ପଛପଟୁ ତାଙ୍କର ମୃତ ଶରୀରକୁ ପୋଲିସ ଉଦ୍ଧାର କରିଥିବା ଜଣାଯାଇଛି  । ମୃତ ଓକିଲ ଜଣକ ହେଲେ ସୁରେଶ ପ୍ରସାଦ ମହାପାତ୍ର (୬୦) । ଏ ନେଇ ପୋଲିସ କେସ୍ ନଂ ୨୩/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଆଇଆଇସି ଶର୍ମିଷ୍ଠା ପ୍ରଧାନଙ୍କ ଠାରୁ ପ୍ରକାଶ ପାଇଛି ।  ପ୍ରକାଶ ଯେ , ଓକିଲ ସୁରେଶ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ ଏବଂ ଏଇ କିଛି ଦିନ ହେଲା ବୁଗୁଡା ମେଡିକାଲରୁ ଚିକିତ୍ସିତ ହୋଇ ଫେରିଥିଲେ । ଦୁଇ ଦିନ ହେଲା ତାଙ୍କ ଘର ନିକଟରୁ ଦୁର୍ଗନ୍ଧ ବାହାରୁଥିଲା ବେଳେ ସାହି ବାସିନ୍ଦା ଏଥି ପ୍ରତି କେହି ଧ୍ୟାନ ଦେଇନଥିଲେ । ତେବେ ଆଜି ସେହି ଦୁର୍ଗନ୍ଧ ଉତ୍କଟ ହେବାରୁ ପାଚେରୀ ଭିତରେ କୌଣସି ଜନ୍ତୁ ମରିଥିବାର ଅନୁମାନ କରି ଦେଖିବା ବେଳକୁ ଓକିଲଙ୍କର ମୃତ ଶରୀର ପୋକ ସାଲୁବାଲୁ ହୋଇ ପଡିଥିବାର ଦେଖିବାକୁ ମିଳିଥିଲା । ଏ ନେଇ ଖବର ପାଇ ପୋଲିସ ସେଠାରେ ପହଞ୍ଚି ଶବକୁ ଜବତ କରିଥିଲା ।
Leave A Reply