କାକଟପୁର ତା ୭/୧୧, ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ଅସ୍ତରଙ୍ଗ ମା ଲକ୍ଷ୍ମୀ କ୍ଳବ ଆନୁକୂଲ୍ୟରେ ଚାଲିଥିବା ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ପ୍ରଥମ ରାତ୍ର ରେ ମା ଲକ୍ଷ୍ମୀ କ୍ଳବ ର ସଭ୍ୟ ମାନଙ୍କ ଦ୍ଵାରା ନାଟକ ପଡିଗଲି ତୋ ପ୍ରେମରେ ମଞ୍ଚସ୍ଥ ହୋଇଥିଲା ବେଳେ, ଏହି ନାଟକ ପ୍ରତିଯୋଗିତାରେ ରାଜ୍ୟର ଅଗ୍ରଣୀ ତିନୋଟି ନାଟ୍ୟ ଅନୁଷ୍ଠାନ ଯୋଗଦେଇଥିଲେ l ବିଚାରକ ମାନେ କାକଟପୁର ବ୍ଲକ ପଥରପକା ଗ୍ରାମର ମା ବାଟ ମଙ୍ଗଳା ନାଟ୍ୟ ସଂସଦ ଦ୍ୱାରା ପରିବେଶିତ ସନ୍ତୋଷ ସ୍ୱାଇଁ (ଟୁଟୁ )ଙ୍କ ବଳିଷ୍ଠ ନିର୍ଦେଶନାର ନାଟକ ଆଖି ଅବୁଝାକୁ ଲୁହ ଅବୁଝା ନାଟକ କୁ ଶ୍ରେଷ୍ଠ ନାଟକ ଭାବେ ବିବେଚନା କରି ପୁରସ୍କୃତ କରିଥିଲେ l ସେହିପରି ମା ବୁଢ଼ୀ ସାହରେଇ ନାଟ୍ୟ ସଂସଦ, ଅନନ୍ତା ଉପ ବିଜେତା ଭାବେ ପୁରସ୍କୃତ ହୋଇଛି l ବିଜେତା ଦଳକୁ ନଗଦ ୨୫ ହଜାର ଟଙ୍କା ଓ ଉପବିଜେତା ଦଳକୁ ୧୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି l ଉକ୍ତ ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟ କ୍ରୀଡା, ଯୁବ ବ୍ୟାପାର ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା,ପୂର୍ବତନ ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜୋତିର୍ମୟ ଦଳାଇ ଯୋଗଦେବା ସହିତ ଆୟୋଜକ କ୍ଲବର ସଭାପତି ପ୍ରମୋଦ ଦାଶ, ନାଟ୍ୟ ସମ୍ପାଦକ ସମୀର କୁମାର କର, ମନୋଜ ବିଶ୍ୱାଳ, ଦିଲ୍ଲୀପ ଦାଶ ପ୍ରମୁଖ ଉପସ୍ଥିତ ଥିଲେ l