Odisha news

ମହାଭାରତର ରୋଚକ କଥା : ଶ୍ରୀକୃଷ୍ଣଙ୍କ ସମ୍ମୁଖରେ ଧ୍ବଂସ ହୋଇଗଲା ନିଜ ବଂଶ

0

ମହାଭାରତ ଯୁଦ୍ଧ ଦୀର୍ଘ ୧୮ଦିନ ପର୍ଯ୍ୟନ୍ତ ଚାଲିଥିଲା, ଏହି ଯୁଦ୍ଧରେ ରକ୍ତପାତ ଛଡା ଆଉ କିଛି ହାସଲ ହେଲା ନାହିଁ l ଏହି ଯୁଦ୍ଧରେ ସମ୍ପୂର୍ଣ କୁରୁ ବଂଶର ବିନାଶ ହୋଇଥିଲା l ଏହାଛଡା ପାଣ୍ଡଵ ବଂଶର ମଧ୍ୟ ଅନେକ ବ୍ୟକ୍ତି ମୃତ୍ୟୁ ବରଣ କରିଥିଲେ l କିନ୍ତୁ ଏହାକୁ ଛାଡି ଅନ୍ୟ ଗୋଟିଏ ବଂଶ ର ସମ୍ପୂର୍ଣ ବିନାଶ ହୋଇଯାଇ ଥିଲା, ତାହା ହେଉଛି ଶ୍ରୀକୃଷ୍ନ ଙ୍କ ଯଦୁବଂଶ l ମହାଭାରତ ଯୁଦ୍ଧର ସମାପ୍ତି ପରେ ଯେତେବେଳେ ଯୁଧିଷ୍ଠିର ଙ୍କର ରାଜ ତିଳକ ହେଉଥିଲା ସେତେବେଳେ କୁରୁବଂଶ ର ମହାରାଣୀ ମାତା ଗାନ୍ଧାରୀ ମହାଭାରତ ଯୁଦ୍ଧ ପାଇଁ ଶ୍ରୀକୃଷ୍ଣ ଙ୍କୁ ଦାୟୀ କରିଥିଲେ ଓ ଅଭିଶାପ ଦେଇଥିଲେ ଯେ ଯେଭଳି ଭାବରେ କୁରୁବଂଶ ର ବିନାଶ ହୋଇଛି ସେହିଭଳି ଯଦୁବଂଶ ମଧ୍ୟ ବିନାଶ ହେବ l

ଗାନ୍ଧାରୀ ଙ୍କ ଅଭିଶାପ କାରଣରୁ ବିନାଶ କାଳ ଆସିବା କାରଣରୁ ଶ୍ରୀକୃଷ୍ଣ ଦ୍ୱାରିକା କୁ ଫେରି ଯଦୁବଂଶୀ ଙ୍କୁ ନେଇ ପ୍ରୟାସ କ୍ଷେତ୍ରକୁ ଚାଲି ଯାଇଥିଲେ l ଶ୍ରୀକୃଷ୍ଣ ବ୍ରାହ୍ମଣ ଙ୍କୁ ଅନ୍ନଦାନ ଦେଇ ଯଦୁବଂଶୀ ଙ୍କୁ ମୃତ୍ୟୁ କୁ ଅପେକ୍ଷା କରିବାକୁ କହିଥିଲେ l ଏକଦା ଶ୍ରୀକୃଷ୍ନ ଙ୍କ ପୁତ୍ର ଗୋଟିଏ ନାରୀର ରୂପ ରେ ସଜାଇ ହୋଇଥିଲେ ଓ ପେଟରେ ଗୋଟିଏ ଲୁହାପାତ୍ର କୁ ରୁଷି ଙ୍କ ଛଳନା କରି ପଚାରିଥିଲେ ମୋ ପେଟରେ ପୁଅ ନା ଝିଅ ଅଛି ? ଏହାକୁ ଶୁଣି ରୁଷି ରାଗି ଯାଇଥିଲେ ଏବଂ ଶାମ୍ବ ଙ୍କ ଥଟା କୁ ବୁଝି ପାରିଥିଲେ l ଏହାପରେ ଅଭିଶାପ ଦେଇଥିଲେ ଯେ ଶାମ୍ବ ସେହି ମୁଷଳ କୁ ଜନ୍ମ ଦେବେ ଓ ସେଥିରେ ତାଙ୍କ କୁଳ ଓ ସାମ୍ରାଜ୍ୟ ର ବିନାଶ ହେବ l

ଏହାପରେ ଶାମ୍ବ ପେଟରୁ ସେହି ଲୁହାର ମୁଷଳ କୁ କଢ଼ା ଯାଇଥିଲା l ଏହାପରେ ଭୀମ ଙ୍କୁ ନିର୍ଦେଶ ଦିଆଯାଇଥିଲା ଯେ ତାହାକୁ ଖଣ୍ଡିଏ ପଥର ରେ ଘଷି ନଷ୍ଟ କରିଦିଆ ଯାଉ, ସମ୍ପୂର୍ଣ ଲୁହl ଟି ଘଷି ନଷ୍ଟ ହୋଇଯିବା ପରେ ଖଣ୍ଡେ ଛୋଟିଆ ଲୁହା ବଳି ପଡିଥିଲା l ଯାହାକୁ ଭୀମ ସମୁଦ୍ର ରେ ଫିଙ୍ଗି ଦେବାରୁ ତାକୁ ଗୋଟିଏ ମାଛ ଗିଳି ଦେଇଥିଲା l ଏହାପରେ ଭୀମ ଉକ୍ତ ଲୁହା ଖଣ୍ଡକୁ ସମୁଦ୍ର ରେ ଘସିବାରୁ ଫେଣ ସୃଷ୍ଟି ହୋଇଥିଲା l ଏବଂ ସେହି ଫେଣ ରୁ ଏରକା ବନର ସୃଷ୍ଟି ହେଲା ଯାହାର ରସ କୁ ପାନ କରି ଯାଦବ ମାନେ ନିଶାସକ୍ତ ହୋଇ ନିଜ ମଧ୍ୟରେ ବାଡିଆ ପିଟା ହୋଇ ମୃତ୍ୟୁ ବରଣ କରିଥିଲେ l ଏବଂ ବଳରାମ ଜଳ ସମାଧି ନେଇ ଦେହ ତ୍ୟାଗ କରିଥିଲେ l

ଯେଉଁ ଲୁହା ଖଣ୍ଡ କୁ ମାଛ ଗିଲିଥିଲା, ସେହି ମାଛଟି ଗୋଟିଏ କେଉଟ ଧରିବା ପରେ ତାକୁ ନେଇ କାଟି ଥିଲା l ମୁନିଆ ଲୁହାଟିକୁ ପାଇ ଭାବିଥିଲା ଗୋଟିଏ ଶବର କୁ ବିକ୍ରୀ କରିଦେବି l ସେ ଏହାକୁ ନେଇ ଜାରା ନାମକ ଶବର କୁ ବିକ୍ରି କରିବା ପରେ, ଜାରା ଶବର ସେହି ଲୁହାରେ ଗୋଟିଏ ତୀର ତିଆରି କରିଥିଲେ l ଏବଂ ପ୍ରଭୁ ଶ୍ରୀକୃଷ୍ଣ ଶିଆଳି ଲଟାରେ ଝୁଲି ବିଶ୍ରାମ କରୁଥିବା ସମୟରେ ଜାରା ଶବର କୁ ଶ୍ରୀକୃଷ୍ନ ଙ୍କ ପାଦ ହରିଣ ର କାନ ଭଳି ଲାଗିଥିଲା l ଏହାପରେ ସେ ଶର ନିକ୍ଷେପ କରିବାରୁ ଶ୍ରୀକୃଷ୍ନ ପ୍ରାଣ ତ୍ୟାଗ କରିଥିଲେ l

Leave A Reply