ସରକାର କି ପ୍ରଶାସନ ସୁଣିଲେନି : ଗଛମୂଳେ ୧୪ଵର୍ଷ ସ୍କୁଲ ଚାଲିବାପରେ ଡାଲମିଆ ସିମେଣ୍ଟ କମ୍ପାନୀ ଦ୍ୱାରା ନିର୍ମିତ ନୂତନ କୋଠାରେ ପିଲାଙ୍କ ପାଠପଢା ଆରମ୍ଭ
ଚଣ୍ଡିଖୋଲ/ଛତିଆ : ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ୧୪ବର୍ଷ ଧରି ଯାଜପୁର ଜିଲ୍ଲା ଛତିଆ ପଞ୍ଚାୟତ ଦଳେଇସାହିରେ ଗଛମୂଳେ ପ୍ରାଥମିକ ବିଦ୍ୟାଳୟ ଚାଲିବା ପରେ ମଧ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ ହୋଇପାରିଲା ନାହିଁ ସ୍କୁଲ ଗୃହ! ଖରା ଓ ବର୍ଷରେ ଅତି ଦୟନୀୟ ଭାବେ ପିଲାମାନଙ୍କୁ ପାଠପଢାଥିଲେ ଶିକ୍ଷକ ଶିକ୍ଷୟିତ୍ରୀ ! ହେଲେ ବିଭିନ୍ନ ଗଣମାଧ୍ୟମରେ ଏ ସମ୍ପର୍କରେ ବାରମ୍ବାର ଖବର ପ୍ରକାଶ ସହିତ ସ୍ଥାନୀୟ ସରପଞ୍ଚ ଓ ବୁଦ୍ଧିଜୀବୀ ମାନଙ୍କ ଦୃଷ୍ଟି ଆକର୍ଷଣ ପରେ ମାଣିଆ ସ୍ଥିତ ଡାଲମିଆ ଭାରତ ସିମେଣ୍ଟ କମ୍ପାନୀ ପକ୍ଷରୁ କୋମଳମତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ନୂତନ ସ୍କୁଲ କୋଠା ନିର୍ମଣ କରାଯିବା ପରେ ସେଥିରେ ପିଲାମାନେ ମଙ୍ଗଳବାର ଠାରୁ ପାଠପଢା ଆରମ୍ଭ କରିଛନ୍ତି! ସ୍କୁଲ ପାଇଁ ଉଦିଷ୍ଟ ଏହି ନୂତନ ଘରକୁ କମ୍ପାନୀ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଉତ୍ସର୍ଗ କରାଯାଇଥିବା ଜଣାପଡିଛି! ଖରା ବର୍ଷାରେ ଗଛମୂଳେ ବସି ଦୀର୍ଘ ୧୪ ବର୍ଷଧରି ପାଠ ପଢୂଥିବାର କଷ୍ଟ ଆଉ ସେମାନଙ୍କୁ ମିଳିବ ନାହିଁ ଭାବି ଛାତ୍ରଛାତ୍ରୀ ମାନେ ମଧ୍ୟ ବେସ ଆନନ୍ଦିତ ଥିବା ଦେଖାଯାଇଛି! ଯାଜପୁର ଜିଲ୍ଲାର ଛତିଆ ପଞ୍ଚାୟତର ଦଳେଇସାହିରେ ଗତ ୨୦୦୯ ମସିହାରୁ ଏହିସ୍କୁଲ ସରକାର ଖୋଲିଥିଲେ! ହେଲେ ସେବେଠାରୁ ଅଦ୍ୟାବଧି ସେଠାରେ ସ୍କୁଲ ଗୃହଟିଏ ନଥିବାରୁ ପିଲାମାନଙ୍କୁ ଗଛମୂଳେ ବସାଈ ଶିକ୍ଷକ ପାଠ ପଢାଉଥିଲେ! ୬ ରୁ ୧୪ ବର୍ଷର ସମସ୍ତ ପିଲାଙ୍କୁ ସ୍ୱାକ୍ଷର କରାଇବା ପାଇଁ ସରକାର ପାଣିପରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଓ ଏଥିନେଇ ବ୍ୟାପକ ପ୍ରଚାର ହେଉଛି! ହେଲେ ଏହି ଦଳେଇସାହି ସ୍କୁଲର ସ୍ଥିତି ଦେଖିଲେ ପ୍ରାଥମିକ ଶିକ୍ଷା ବ୍ୟବସ୍ତାର ବାସ୍ତବ ଚିତ୍ର ଅନୁଭବ ହେଉଛି! ବାରମ୍ବାର ଏହି ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଓ ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଯିବା ପରେ ମଧ୍ୟ କୌଣସି ପ୍ରତିକାର ନହେବା ଘଟଣାନେଇ ସ୍ଥାନୀୟ ଅଞ୍ଚଳରେ ନାନାକଥା ସୁଣାଯାଉଛି! ତେବେ ଯାହାବି ହେଉ ଶେଷରେ ଛତିଆ ସରପଞ୍ଚ ରମେଶଚନ୍ଦ୍ର ପୃଷ୍ଟିଙ୍କ ଊଦ୍ୟମ ଓ ଡାଲମିଆ ସିମେଣ୍ଟ କମ୍ପାନୀର ବଦାନ୍ୟତା ଯୋଗୁଁ ଛାତ୍ରଛାତ୍ରୀଙ୍କ ମୌଳିକ ସମସ୍ୟା ଦୂର ହୋଇଛି! ଏହି ମହତ ଉଦ୍ୟମ ଆଜି ଛାତ୍ରଛାତ୍ରୀଙ୍କ ମନରେ ଆନନ୍ଦ ଦେଇଥିବାରୁ ତାହାକୁ ସାଧାରଣରେ ପ୍ରଶଂସା କରାଯାଇଛି! ମଙ୍ଗଳବାର ନୂତନଗୃହ ଉତ୍ସର୍ଗ କାର୍ଯ୍ୟକ୍ରମରେ ଡାଲମିଆ ଭାରତ ସିମେଣ୍ଟର ୟୁନିଟ ହେଡ୍ ଭବେଷ୍ ୱ।ଲା , ମାନସମ୍ବଳ ମୁଖ୍ୟ ଅଜିତକୁମାର ପାରିୟା , ସି ଏଚ୍ ଆର୍ ଲ୍ୟାଡ କବିତା ସାହୁ , ଏଚ୍ ଆର୍ ଲ୍ୟାଡ୍ ପ୍ରେମ୍ ଜିତ୍ ଚୌହାନ, ସରପଞ୍ଚ ରମେଶପୃଷ୍ଟି , ସମିତି ସଭ୍ୟ ଦୀପକ ସାହୁ ,ଶିକ୍ଷକ ଅଶ୍ୱନି ରଣା ଓ ଶିକ୍ଷଯତ୍ରୀ ଅମ୍ବିକା ରାଉତ ପ୍ରମୁଖ ଏହି ଉତ୍ସବରେ ଯୋଗଦେଇଥିଲେ!