ଆଜି ହେଉଛି ପବିତ୍ର ମହାଷ୍ଟମୀ : ମା ଜଗତଜନନୀ ଙ୍କ ନିକଟରେ କରନ୍ତୁ ଏହି ଉପାୟ, ମିଳିବ ସଫଳତା ଓ ଋଣ ଭାର ରୁ ମୁକ୍ତି ପାଇବେ
ନବରାତ୍ର ର ନଅଦିନ ମା ଦୁର୍ଗତିନାଶିନୀ ଙ୍କ ଅଲଗା ଅଲଗା ରୂପର ପୂଜାର୍ଚନା କରାଯାଇ ଥାଏ l ନବରାତ୍ରି ସମୟରେ ଅଷ୍ଟମୀ ତିଥିର ଅନେକ ମହତ୍ୱ ରହିଛି l ଯାହାକୁ ଦୁର୍ଗାଷ୍ଟମୀ ବୋଲି କୁହାଯାଇ ଥାଏ l ମହାଷ୍ଟମୀ ତିଥିରେ ମାଙ୍କୁ ସନ୍ତୁଷ୍ଟ କରିବା ଦ୍ୱାରା ଜୀବନ ର ସମସ୍ତ କଷ୍ଟ ଦୂର ହୋଇଥାଏ l
ନବରାତ୍ର ର ନଅଦିନ ର ବିଶେଷ ମହତ୍ୱ ରହିଥିଲେ ମଧ୍ୟ ସବୁଠୁ ମହତ୍ଵପୁର୍ଣ ଅଷ୍ଟମୀର ରହିଛି l ପୌରାଣିକ ମାନ୍ୟତା ଅନୁସାରେ ଏହିଦିନ ମା ଦୁର୍ଗା ଙ୍କୁ ଭକ୍ତି ସହକାରେ ପୂଜା କରିବା ଦ୍ୱାରା ସମସ୍ତ ସୁଖସମୃଧିର ଆଗମନ ହୋଇଥାଏ l ଅଷ୍ଟମୀର ଅଷ୍ଟମ ଦିନ ଟି ମହାଗୌରୀ ଙ୍କୁ ସମର୍ପିତ ଅଟେ l
କରନ୍ତୁ ଏହି ଉପାୟ –
* ଆର୍ଥିକ ଅନାଟନ ଦୂର କରିବାର ଉପାୟ –
ମହାଷ୍ଟମୀ ର ପୂଜା ସମୟ ରେ ମାଦୁର୍ଗା ଙ୍କୁ ବିଧି ବିଧାନ ଭାବରେ ପୂଜାର୍ଚନା କରିବା ସହିତ ନାଲି ମନ୍ଦାର ଓ ଲବଙ୍ଗ ଅର୍ପଣ କରନ୍ତୁ l ଏପରି କରିବା ଦ୍ୱାରା ମା ସନ୍ତୁଷ୍ଟ ହୋଇ ଥାଆନ୍ତି ଓ ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ l
* ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଉପାୟ –
ଅଷ୍ଟମୀ ଦିନ ମାଙ୍କ ନିକଟରେ ଗୋଟିଏ ନାଲି କପଡା ରେ ଗୋଟିଏ ମୁଦ୍ରା ଓ କିଛି ଧାନ ଏବଂ କଉଡ଼ି ବାନ୍ଧି ଅର୍ପଣ କରିବା ଦ୍ୱାରା ଆପଣଙ୍କୁ ମାଙ୍କ କୃପା ପ୍ରାପ୍ତ ହେବ ଓ ଘରକୁ ସୁଖସମୃଦ୍ଧି ର ଆଗମନ ହୋଇଥାଏ l
* ମହାଷ୍ଟମୀ ରେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମହିଳାମାନେ ତୁଳସୀ ଙ୍କ ନିକଟରେ ନାଲି ବସ୍ତ୍ର, ଶଙ୍ଖା ଓ ସିନ୍ଦୁର ଅର୍ପଣ କରିବା ଜରୁରୀ l ଏହାଦ୍ୱାରା ସ୍ୱାମୀଙ୍କ ରିଷ୍ଟ ଖଣ୍ଡନ ମଧ୍ୟ ହୋଇଥାଏ l
* ଋଣ ଭାର ଓ ରୋଗ ରୁ ମୁକ୍ତି ପାଇଁ –
ମହାଷ୍ଟମୀ ଦିନ ମାଆଦୁର୍ଗା ଙ୍କୁ ଲବଙ୍ଗ ରେ ପ୍ରସ୍ତୁତ ମାଳ ଓ ନାଲି ଗୋଲାପ ମାଳ ଅର୍ପଣ କରନ୍ତୁ l ଏହାଦ୍ୱାରା ଜୀବନ ରେ ଆର୍ଥିକ ଓ ଶାରୀରିକ ସମସ୍ୟା ଦୂର ହୋଇଥାଏ l ଏହାଦ୍ୱାରା ଆପଣ ୠଣଭାର ରୁ ମଧ୍ୟ ମୁକ୍ତି ପାଇବେ l
* ସଫଳତା ଓ ଧନ ପ୍ରାପ୍ତି ପାଇଁ ଉପାୟ –
ମହାଷ୍ଟମୀ ଦିନ ମାଆଦୁର୍ଗା ଙ୍କୁ କର୍ପୁର ଓ ଲବଙ୍ଗ ଅର୍ପଣ କରନ୍ତୁ l ଏହାପରେ ଏହି କର୍ପୁର ଓ ଲବଙ୍ଗ କୁ ନିଜ ପର୍ସ ରେ ଗୋଟିଏ ସ୍ଥାନରେ ରଖି ଦିଅନ୍ତୁ l ଏହି ୨ଟି ଜିନିଷ କୁ ନିଜ ଆଲମିରା କିମ୍ବା ପର୍ସ ରେ ରଖିବା ଦ୍ୱାରା ଆର୍ଥିକ ଅସୁବିଧା ଦୂର ହୋଇଥାଏ l ଜୀବନ ରେ ସଫଳତା ମିଳିଥାଏ l