Odisha news

ଗରୁଡ଼ ପୁରାଣ ଅନୁସାରେ ଏହି ୩ ଟି ଜିନିଷ କୁ ସର୍ବଦା ମୂଳ ରୁ ବିନାଶ କରିବା ଜରୁରୀ , ନଚେତ ଏହା ଟାଣି ନେଇଯାଏ ମୃତ୍ୟୁର ଦ୍ୱାର ଆଡକୁ

0

ଗରୁଡ଼ ପୁରାଣ ଅନୁଯାୟୀ ସନାତନ ଧର୍ମ ରେ ଏହା ଗୋଟିଏ ମହତ୍ୱପୂର୍ଣ୍ଣ ଓ ପବିତ୍ର ଗ୍ରନ୍ଥ l ଏଭଳି ମାନ୍ୟତା ରହିଛି ଯେ ଯଦି ମୃତ୍ୟୁ ସମୟରେ କୌଣସି ବ୍ୟକ୍ତି ନିକଟରେ ଗରୁଡ଼ ପୁରାଣ ପାଠ କରାଯାଏ ତେବେ ତାର ଆତ୍ମା ସଦଗତି ଲାଭ କରିଥାଏ l

ଏହା ସହିତ ଗରୁଡ଼ ପୁରାଣ ରୁ ସତ କର୍ମ କରିବା , ସତ ମାର୍ଗରେ ଜୀବନ ଅତିବାହିତ କରିବା ଉପରେ କୁହାଯାଇ ଥାଏ l ଗରୁଡ଼ ପୁରାଣ ରେ କୁହାଯାଇଥିବା ବିଷ୍ଣୁ ଙ୍କ ବାଣୀ ଅନୁସାରେ ଏଭଳି କିଛି ଜିନିଷ ରହିଛି ଯାହାକୁ ମଣିଷ ମୂଳ ରୁ ବିନାଶ କରିବା ଜରୁରୀ l

* ଗରୁଡ଼ ପୁରାଣ ଅନୁଯାୟୀ ଯଦି ମଣିଷ କୌଣସି ରୋଗରେ ପୀଡିତ ଅଛି ତେବେ ତାହାକୁ ମୂଳ ରୁ ବିନାଶ କରିବା ଆବଶ୍ୟକ l ଯଦି ଆମେ ଏହାକୁ ମୂଳ ରୁ ବିନାଶ ନକରିବା ତେବେ ସମୟ ଓ ଧନ ହ୍ରାସ ହୋଇଥାଏ l ଏହାଛଡା ଏହି ରୋଗ ମୃତ୍ୟୁ ର କାରଣ ମଧ୍ୟ ହୋଇଥାଏ l

* କଦାପି ମଣିଷ ଋଣ କରିବା ଉଚିତ ନୁହେଁ l କାହିଁକି ନା ଋଣ ବୋଝ ସବୁଠୁ ଭାରି ହୋଇଥାଏ l ତେଣୁ ଯଦି ଆପଣ ଋଣ କରିଛନ୍ତି ତେବେ ଯଥା ଶୀଘ୍ର ସେଥିରୁ ମୁକ୍ତ ହେବା ଜରୁରୀ l ନଚେତ ଏହି ଋଣ ଆପଣ ଙ୍କୁ ଦରିଦ୍ର କରିଦେବ l

* ନିଆଁ ର ଗୋଟିଏ କ୍ଷୁଦ୍ର ଅଂଶ ମଧ୍ୟ ମଣିଷ ର ଘର ଓ ଜୀବନ କୁ ବର୍ବାଦ କରି ଦେଇଥାଏ l ଯଦି ସାମାନ୍ୟ ନିଆଁ ଟିକିଏ ମଧ୍ୟ ଜଳୁଛି ତାହାକୁ ମୂଳ ରୁ ଲିଭାଇ ଦେବା ଜରୁରୀ l ନଚେତ ଏହା ବିନାଶର କାରଣ ହୋଇଥାଏ l

Leave A Reply