Odisha news

ନବରାତ୍ରିର ୯ ଦିନ ରେ କଣ ରହିଛି ଏହି ୯ ଟି ରଙ୍ଗର ବିଶେଷତ୍ୱ

0

ନବରାତ୍ରି ର ୯ ଦିନ ୯ ଟି ରଙ୍ଗ କୁ ଦର୍ଶାଇ ଥାଏ l ଚଳିତ ଥର ଶାରଦୀୟ ନବରାତ୍ରି ଅକ୍ଟୋବର ୧୫ ରୁ ୨୪ ପର୍ଯ୍ୟନ୍ତ ରହିବ l ନବରାତ୍ରି ର ୯ ଟି ଦିନ ଅଲଗା ଅଲଗା ରଙ୍ଗ କୁ ଦର୍ଶାଇ ଥାଏ l ଏହି ସମସ୍ତ ରଙ୍ଗ ମା ଦୁର୍ଗାଙ୍କ ସହିତ ଜଡିତ l ମା ଦୁର୍ଗା ଙ୍କ ସହିତ ଜଡିତ ଏହି ସମସ୍ତ ରଙ୍ଗ ଖୁବ ମହତ୍ୱପୂର୍ଣ୍ଣ ଅଟେ l ଆସନ୍ତୁ ଜାଣିବା କେଉଁଦିନ କେଉଁ ରଙ୍ଗର ମହତ୍ୱ ରହିଛି l

– ନବରାତ୍ରି ର ପ୍ରଥମ ଦିନ ମା ସାଇଲପୁତ୍ରୀ ଙ୍କୁ ସମର୍ପିତ l ଏହି ଦିନ ନାରଙ୍ଗୀ ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭ ଅଟେ l ଏହି ରଙ୍ଗ ସୁଖ ସମୃଦ୍ଧି ର ପ୍ରତିକ ଅଟେ l

– ନବରାତ୍ରି ର ଦ୍ଵିତୀୟଦିନ ମା ବ୍ରହ୍ମଚାରୀଣି ଙ୍କୁ ପୂଜା କରାଯାଏ l ଏହିଦିନ ଶ୍ୱେତ ବସ୍ତ୍ର ଧାରଣ କରିବା ଜରୁରୀ l ଶ୍ୱେତ ବସ୍ତ୍ର ଆତ୍ମଜ୍ଞାନ ଓ ପବିତ୍ରତା ର ପ୍ରତିକ ଅଟେ l

– ନବରାତ୍ରି ର ତୃତୀୟ ଦିନ ମା ଚନ୍ଦ୍ର ଘଣ୍ଟା ଙ୍କୁ ପୂଜା କରାଯାଏ l ଏହିଦିନ ନାଲି ବସ୍ତ୍ର ଧାରଣ କରିବା ଆବଶ୍ୟକ l ନାଲି ରଙ୍ଗ ରକ୍ଷା ଓ ଶକ୍ତିର ପ୍ରତିକ ଅଟେ l ଏହି ରଙ୍ଗ ଜୀବନ ରେ ସକାରାତ୍ମକ ଶକ୍ତି ର ଆଗମନ ର କାରଣ ଅଟେ l

– ନବରାତ୍ରିର ଚତୁର୍ଥ ଦିନ ମା କୁଷ୍ମାଣ୍ଡା ଙ୍କୁ ପୂଜା କରାଯାଇ ଥାଏ l ଏହିଦିନ ନୀଳ ରଙ୍ଗର ମହତ୍ୱ ରହିଛି l ଏହି ରଙ୍ଗ ଜୀବନ ରେ ଅନ୍ଧକାର ଦୂର କରିଥାଏ l

– ନବରାତ୍ରି ର ପଞ୍ଚମ ଦିନ ମା ସ୍କନ୍ଦ ମାତା ଙ୍କୁ ପୂଜା କରାଯାଇ ଥାଏ l ଏହିଦିନ ହଳଦିଆ ରଙ୍ଗର ଖୁବ ମହତ୍ୱ ରହିଛି l ହଳଦିଆ ରଙ୍ଗ ସୁଖ, ଶାନ୍ତି ଓ ଧନ ର ପ୍ରତିୀକ ଅଟେ l

– ନବରାତ୍ରି ର ଷଷ୍ଠ ଦିନ ମା କତ୍ୟୟନୀ ଙ୍କୁ ପୂଜା କରାଯାଇ ଥାଏ l ଏହି ଦିନ ସବୁଜ ରଙ୍ଗର ଖୁବ ମହତ୍ୱ ରହିଛି l ସବୁଜ ରଙ୍ଗ ପ୍ରଗତୀ ର ପ୍ରତିନିଧିତ୍ୱ କରିଥାଏ l

– ନବରାତ୍ରି ର ସପ୍ତମ ଦିନ ମା କାଳ ରାତ୍ରି ଙ୍କୁ ପୂଜା କରାଯାଏ l ଏହିଦିନ ପାଉଁଶିଆ ବା ଗ୍ରେ ରଙ୍ଗର ମହତ୍ୱ ରହିଛି l ଏହି ରଙ୍ଗ ଜ୍ଞାନ ର ବିଜୟ ର ପ୍ରତିିକ ଅଟେ l

– ନବରାତ୍ରି ର ଅଷ୍ଟମ ଦିନ ମା ଗୌରୀ ଙ୍କୁ ପୂଜା କରାଯାଇ ଥାଏ l ଏହିଦିନ ବାଇଗଣୀ ରଙ୍ଗ ର ଖୁବ ମହତ୍ୱ ରହିଛି l ଏହି ରଙ୍ଗ ପବିତ୍ରତା , ଶାନ୍ତି ଓ ଦିବ୍ୟତା ର ପ୍ରତୀକ ଅଟେ l

– ନବରାତ୍ରି ର ନବମ ଦିନ ମା ସିଦ୍ଧିଦାତ୍ରୀ ଙ୍କୁ ଅର୍ପଣ କରାଯାଇ ଥାଏ l ଏହି ଦିନ ମୟୁର ପଙ୍ଖ ରଙ୍ଗର ଖୁବ ମହତ୍ୱ ରହିଛି l ଏହା ଜ୍ଞାନ ର ପ୍ରତୀକ ଅଟେ l

Leave A Reply