Odisha news

ଶୋଇବା ସମୟରେ ଯଦି ଦେଖାଯାଉଛି ଏହି ୫ଟି ଲକ୍ଷଣ ତେବେ କରନ୍ତୁ ନାହିଁ ଅଣଦେଖା, ହୋଇପାରେ ଗମ୍ଭୀର ରୋଗର କାରଣ

0

ଶରୀର ମଧ୍ୟରେ କୌଣସି ଗୋଟିଏ ଗମ୍ଭୀର ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ସ୍ୱାଭାବିକ ଭାବରେ କିଛିଟା ଲକ୍ଷଣ ଦେଖିବାକୁ ମିଳିଥାଏ l ଯାହାକୁ ଆମେ ହାଲୁକାରେ ନେଇ ଅଣଦେଖା କରି ଦେଇଥାଉ l ସେହିସବୁ ଗମ୍ଭୀର ରୋଗ ମଧ୍ୟରୁ ଗୋଟିଏ ହେଲା କିଡ୍ନୀ ରୋଗ l କିଡ୍ନୀ ଆମ ଶରୀରର ସବୁଠୁ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବାରେ ସର୍ବଦା ସକ୍ଷମ ହୋଇଥାଏ , ତେଣୁ ଏହାକୁ ସୁସ୍ଥ ରଖିବା ସବୁଠୁ ଗୁରୁତ୍ୱପୂର୍ଣ ଅଟେ l କିଡ୍ନୀ ଯେତେବେଳେ ଅସୁସ୍ଥ ହେବାକୁ ଲାଗିଥାଏ ସେତେବେଳେ କିଛିଟା ପ୍ରାରମ୍ଭିକ ଲକ୍ଷଣ ଦେଖିବାକୁ ମିଳେ, ତାହାକୁ ଆମେ କଦାପି ଅଣଦେଖା କରିବା ନାହିଁ l ଆସନ୍ତୁ ଜାଣିବା ସେହି ପ୍ରାରମ୍ଭିକ ଲକ୍ଷଣ ଗୁଡିକ କଣ l

* କିଡ୍ନୀ ରୋଗର ପ୍ରାରମ୍ଭିକ ଲକ୍ଷଣ ରେ ସାଧାରଣ ଭାବରେ ଗୋଡ଼ ପାଦ ଓ ଗଣ୍ଠି ଫୁଲିବା ଦେଖିବାକୁ ମିଳିଥାଏ l ତେଣୁ ଏଭଳି କିଛି ସଂକେତ ଯଦି ସକାଳୁ ଶୋଇକି ଉଠିବା ପରେ ଦେଖୁଛନ୍ତି, ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ l ଏହା ଠିକ ସଂକେତ ନୁହେଁ l

* ଗବେଷକ ମତରେ ରାତି ସମୟ ରେ କିଡ୍ନୀ ସମ୍ବନ୍ଧୀୟ ଲକ୍ଷଣ ଗମ୍ଭୀର ହୋଇଯାଇଥାଏ l ଯଦି ଆପଣ ରାତିରେ ଶୋଇବା ସମୟରେ ବାରମ୍ବାର ପରିଶ୍ରା ଲାଗୁଛି କିମ୍ବା ସେଭଳି କୌଣସି ସମସ୍ୟା ଦେଖୁଛନ୍ତି ତେବେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ l ଏହା ମଧ୍ୟ କିଡ୍ନୀ ସମ୍ବନ୍ଧିତ ସମସ୍ୟା ଅଟେ l

* ଯଦି ଆପଣ ରାତିରେ ଶୋଇବା ସମୟରେ ବାରମ୍ବାର ନିଦ ଭାଙ୍ଗୁଛି ଓ ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ବ୍ଲାଡର ଖାଲି ହୋଇନାହିଁ, ତେବେ ଏହା କିଡ୍ନୀ ସମ୍ବନ୍ଧିତ ସଂକେତ ଅଟେ l ନଚେତ ଏହା ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାରଣ ହୋଇପାରେ l

* ଅନେକ ସମୟରେ ପରିସ୍ରା ଲିକେଜ ମଧ୍ୟ ହୋଇଯାଇଥାଏ, ଯଦି ଏହା ରାତି ସମୟରେ ଶୋଇଥିବା ବେଳେ ଦେଖl ଦେଉଛି ତେବେ ଏହାକୁ ହାଲୁକା ରେ ନେବା ଉଚିତ ନୁହେଁ, ଏହା କିଡ୍ନୀ ସମ୍ବନ୍ଧିତ ସମସ୍ୟା ହୋଇପାରେ l

* କିଡ୍ନୀ ସମ୍ବନ୍ଧୀୟ ସମସ୍ୟାରେ ନିଦ୍ରା ସମ୍ବନ୍ଧୀୟ ସମସ୍ୟା ଯୋଡି ହୋଇ ରହିଛି l ଯଦି ଆପଣ ଠିକ ଭାବରେ ଶୋଇ ପାରୁ ନାହାନ୍ତି ତେବେ ଟିକିଏ ସତର୍କ ରହିବl ଜରୁରୀ l କିଡ୍ନୀ ରୋଗ ହୋଇ ନଥିଲେ ମଧ୍ୟ ଏହା ଅନ୍ୟ କୌଣସି ରୋଗର କାରଣ ହୋଇପାରେ l

Leave A Reply