ଚାଣକ୍ୟ ଙ୍କ ନୀତି ଶାସ୍ତ୍ର ଆମ ଜୀବନ ଉପରେ ଖୁବ ପ୍ରଭାବ ପକାଇଥାଏ l ଯାହାଦ୍ୱାରା ଆମକୁ ବଞ୍ଚିବାର ବାଟ ଦେଖାଇଥାଏ, ଯଦି ଗୋଟିଏ ନାରୀ ଭଲ ଗୁଣ ର ହୋଇଥାଏ ତେବେ ଘର ସ୍ୱର୍ଗ ହୋଇଯାଏ ଯଦି ଅବ ଗୁଣର ହୋଇଥାଏ ତେବେ ସ୍ୱର୍ଗ ମଧ୍ୟ ନର୍କ ହୋଇଯାଏ l ଆଜିର ଚାଣକ୍ୟନୀତି କିଭଳି ମହିଳା ଗୋଟିଏ ପୁରୁଷ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ଓ ଘରକୁ ସ୍ୱର୍ଗ କରିଦେଇଥାଏ l
ଏହି ଗୁଣର ମହିଳା ଘରକୁ ସ୍ୱର୍ଗ କରି ଦେଇ ଥାଆନ୍ତି –
– ଚାଣକ୍ୟ ଙ୍କ ନୀତିରେ କୁହାଯାଇଛି ଯେଉଁ ନାରୀ ମନ ଶାନ୍ତ ସ୍ଵଭାଵ ର ହୋଇଥାଏ ଓ କ୍ରୋଧ କରି ନଥାଏ , ପ୍ରତ୍ୟେକ ସମୟ ଓ ପରିସ୍ଥିତି ସହିତ ନିଜ କ୍ରୋଧ କୁ ସମ୍ବରଣ କରି ରଖିଥାଏ , ସେହି ନାରୀ ସ୍ୱାମୀ ଜୀବନ ରେ ଓ ସ୍ୱାମୀ ଘର କୁ ସମ୍ଭାଳିବା ରେ ସକ୍ଷମ ହୋଇଥାଏ l
– କୁହାଯାଏ ଯେ ଧର୍ଯ୍ୟହରା କାର୍ଯ୍ୟ ଗୋଟିଏ ସୈତାନ ର ହୋଇଥାଏ ଓ ଏଥିରେ ଅନେକ ଅସୁବିଧା ଆସିଥାଏ l କିନ୍ତୁ ଯଦି ଗୋଟିଏ ସ୍ତ୍ରୀ ଧର୍ଯ୍ୟଶିଳା ହୋଇଥାଏ ତେବେ କଠିନ ରୁ କଠିନ ପରିସ୍ଥିର ମଧ୍ୟ ମୁକାବିଲା କରିଥାଏ l ଘରକୁ ସ୍ୱର୍ଗ କରି ଦେଇଥାଏ l
– ଗୋଟିଏ ଧାର୍ମିକ ନାରୀ ନିଜ ସ୍ୱାମୀର ଭାଗ୍ୟକୁ ବଦଳାଇବାରେ ସକ୍ଷମ ହୋଇଥାଏ l ସେ ସର୍ବଦା ନିଜ ପରିବାର କୁ ଅଧର୍ମ ରାସ୍ତାରୁ ରକ୍ଷା କରିଥାଏ l ଯାହାଦ୍ୱାରା ଈଶ୍ୱର ଙ୍କ କୃପା ସର୍ବଦା ଘର ପରିବାର ଉପରେ ରହିଥାଏ l ତେଣୁ ଚାଣକ୍ୟ ନିଜ ନୀତିରେ ଧାର୍ମିକ ନାରୀ କୁ ବିବାହ କରିବା କଥା କହିଛନ୍ତି l
– ଯଦି ଗୋଟିଏ ନାରୀ ମଧ୍ୟରେ ସଂସ୍କାର ଭରି ରହିଥାଏ ତେବେ ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l ସେ ଗୁରୁଜନ ଙ୍କୁ ସମ୍ମାନ ଓ ସାନ ମାନଙ୍କୁ ଆଦର କରିବାର ଉଚିତ ଶିକ୍ଷା ପାଇଥାଏ l ଯାହାକି ଘରେ ସଂସ୍କାର କୁ ଚିର ସ୍ଥାୟୀ କରି ରଖିବାରେ ସାହାଯ୍ୟ କରିଥାଏ ଓ ପରିବାର ଗୋଟିଏ ସୁନ୍ଦର ପରିବାର କରିବାରେ ସାହାଯ୍ୟ କରିଥାଏ l