ଆଜିଠୁ ଆରମ୍ଭ ହେଉଛି ନବରାତ୍ରି : ପ୍ରଥମ ଦିନରେ ମା ଶୈଳପୁତ୍ରୀ ଙ୍କୁ ଏଭଳି କରନ୍ତୁ ସନ୍ତୁଷ୍ଟ ଓ ଦୂର ହେବ ଜୀବନର ସମସ୍ତ ବ୍ୟଥା ଓ କଷ୍ଟ
ଆଶ୍ୱିନ ମାସ ଆସିବା ମାତ୍ରକେ ଧରାପୃଷ୍ଠ ଧଳା ଧଳା କାଶତଣ୍ଡୀ ଫୁଲରେ ଆନ୍ଦୋଳିତ ହୋଇଥାଏ l ସତେ ଯେମିତି ଲାଗିଥାଏ ଏହି ଫୁଲ ଗୁଡିକ ମାଙ୍କର ସ୍ୱାଗତ ପାଇଁ ଅପେକ୍ଷା କରିଛନ୍ତି l ସମଗ୍ର ଧରାପୃଷ୍ଠ ଗୋଟିଏ ଅଦ୍ଭୁତ ସୌନ୍ଦର୍ଯ୍ୟ ରେ ବିମଣ୍ଡିତ ହୋଇଥାଏ l ସେହି ସୌନ୍ଦର୍ଯ୍ୟ ମଧ୍ୟରେ ଆଜିଠୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରି, ଏହା ହିନ୍ଦୁ ଧର୍ମର ପ୍ରମୁଖ ପର୍ବ ମାନଙ୍କ ମଧ୍ୟରୁ ଗୋଟିଏ l ଏଥିରେ ମା ଦୁର୍ଗା ଙ୍କର ବିଭିନ୍ନ ସ୍ୱରୂପକୁ ବିଧିବିଧାନ ଭାବରେ ୯ ଦିନ ଧରି ପୂଜା କରାଯାଇଥାଏ l ଏହି ସମୟରେ ମା ଦୁର୍ଗତି ନାଶିନୀ ନିଜ ଭକ୍ତଙ୍କ ଦୁଃଖ ଦୂର କରିବା ପାଇଁ ଧରା ପୃଷ୍ଠକୁ ଅବତରଣ କରି ଥାଆନ୍ତି l ନବରାତ୍ରି ର ପ୍ରଥମ ଦିନ ମା ଶୈଳପୁତ୍ରୀ ଙ୍କୁ ପୂଜା କରାଯାଇଥାଏ l
କିଏ ମା ଶୈଳପୁତ୍ରୀ –
ରାଜା ଦକ୍ଷ ଙ୍କ କନ୍ୟା ଦେବୀ ସତୀ ଙ୍କ ପୁନର୍ଜନ୍ମ ଶୈଳପୁତ୍ରୀ ଙ୍କ ରୂପ ରେ ହୋଇଥିଲା l ତାଙ୍କର ଦକ୍ଷିଣ ହସ୍ତରେ ତ୍ରିଶୂଳ ଓ ବାମ ହସ୍ତରେ ଗୋଲାପୀ ରଙ୍କର ପଦ୍ମ ଥିଲା l ଏବଂ ତାଙ୍କ ମସ୍ତକ ରେ ଅର୍ଧ ଚନ୍ଦ୍ର ବିରାଜମାନ କରିଛି l ମା ଶୈଳପୁତ୍ରୀ ଙ୍କୁ ବୃଷଭ ରୁଢ଼ା ମଧ୍ୟ କୁହାଯାଇଥାଏ l କାହିଁକି ନା ମା ବୃଷଭ ଉପରେ ଆରୋହଣ କରି ଧରାପୃଷ୍ଠ କୁ ଆସି ଥାଆନ୍ତି l ଶାସ୍ତ୍ର ଅନୁସାରେ ପର୍ବତରାଜ ହିମାଳୟ ଙ୍କ କନ୍ୟା ହୋଇଥିବା କାରଣରୁ ତାଙ୍କୁ ଶୈଳପୁତ୍ରୀ କୁହାଯାଇ ଥାଏ l
ପୂଜା ବିଧି –
– ସର୍ବପ୍ରଥମେ ସଂକଳ୍ପ କରି ଘଟ ସ୍ଥାପନା କରନ୍ତୁ l
– ମାଙ୍କ ନିକଟରେ ଅକ୍ଷତ, ଧଳା ପୁଷ୍ପ, ଧୂପ, ଦୀପ, ଫଳ, ସିନ୍ଦୁର, ସଂଖା ଇତ୍ୟାଦି ଅର୍ପଣ କରନ୍ତୁ l
– ଏହାପରେ ମାଙ୍କ ନିକଟରେ ଦୀପ ଜଳାଇ ମନ୍ତ୍ର ଉଚ୍ଚାରଣ କରନ୍ତୁ, ପୂଜା ସମାପ୍ତ ପରେ ମାଙ୍କ ନିକଟରେ ଏହି ମନ୍ତ୍ର ପାଠ କରନ୍ତୁ –
” ଓଂ ଦେବୀ ଶୈଳପୁତ୍ରୀ ନମଃ ‘ ଏହି ମନ୍ତ୍ରଟି ୧୦୮ ଥର ପାଠ କରିବା ଦ୍ୱାରା ମନସ୍କାମନା ପୁର୍ଣ ହୋଇଥାଏ l
ମା ଶୈଳପୁତ୍ରୀ ଙ୍କୁ ପୂଜା କରିବାର ମହତ୍ୱ –
– ଜୀବନରେ ସମସ୍ତ କ୍ଳେଶ ଓ ନକାରାତ୍ମକ ଶକ୍ତିର ବିନାଶ ପାଇଁ ଗୋଟିଏ ପାନ ପତ୍ର ଉପରେ ଲବଙ୍ଗ ଗୁଆ ଓ ମିଶ୍ରି ମା ଶୈଳପୁତ୍ରୀ ଙ୍କୁ ଅର୍ପଣ କରନ୍ତୁ l
– ମା ଶୈଳପୁତ୍ରୀ ଙ୍କୁ ଆରାଧନା କରିବା ଦ୍ୱାରା ମନୋବଞ୍ଚିତ ଇଛା ପୂରଣ ହୋଇଥାଏ ଓ କନ୍ୟା ମାନେ ଉତ୍ତମ ବର ଲାଭ କରିଥାଆନ୍ତି l
– ମା ଶୈଳପୁତ୍ରୀ ଙ୍କୁ ପୂଜା କରିବା ଦ୍ୱାରା ରୋଗ ବୈରାଗ ଦୂର ହୋଇଥାଏ ଓ ଶରୀର ପିଡାରୁ ମୁକ୍ତି ମିଳିଥାଏ l
– ଯଦି ଧନ ହାନି ର ସମୁଖୀନ ହେଉଛନ୍ତି ମାଙ୍କ କୃପାରୁ ତାହା ଦୂର ହୋଇଥାଏ l