ମହାଠକ ସୁକେଶ ଚନ୍ଦ୍ରଶେଖର ଜେଲ୍ ରୁ ପୁଣି ଲେଖିଲା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଙ୍କୁ ଚିଠି, ନବରାତ୍ରି ରେ ରଖିବ ଜ୍ୟାକଲିନ ଙ୍କ ପାଇଁ ବ୍ରତ
ନୂଆଦିଲ୍ଲୀ :୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଙ୍ଗ କେଶ ରେ ଜେଲ୍ ରେ ବନ୍ଦ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଜ୍ୟାକଲିନ ଫର୍ଣ୍ଣଣ୍ଡିଜ ଙ୍କୁ ଚିଠି ଲେଖି ଚର୍ଚାକୁ ଆସିଛନ୍ତି l ସୁକେଶ ଲେଖିଛନ୍ତି ଯେ ସେ ୯ ଦିନ ଧରି ନବରାତ୍ରି ବ୍ରତ ଜ୍ୟାକଲିନ ଙ୍କ ପାଇଁ ରଖିବେ l ସେ ନିଜ ପତ୍ର ରେ ଜ୍ୟାକଲିନ ଙ୍କୁ ଦୁନିଆର ସବୁଠୁ ସୁନ୍ଦର ନାରୀ ବୋଲି କହିଛନ୍ତି l
ସୁକେଶ ପତ୍ରରେ ଲେଖିଛନ୍ତି ‘ ମୋ ବେବୀ ଜ୍ୟାକଲିନ, ଦୋହା ଶୋ ସମୟରେ ତମେ ବହୁତ ହଟ ଓ ସୁନ୍ଦର ଦେଖା ଯାଉଥିଲ l ତମ ଠାରୁ ଅଧିକ ସୁନ୍ଦର କେହିବି ନାହାନ୍ତି, ତମେ ମୋ ବମ l କାଲିଠୁ ନବରାତ୍ରି ଆରମ୍ଭ ହେଉଛି, ପ୍ରଥମ ଥର ପାଇଁ ୯ ଦିନ ପାଇଁ ଉପବାସ କରିବାକୁ ଯାଉଛି l ଏହାଦ୍ୱାରା ସବୁକିଛି ମା ଠିକ କରିଦେବେ l ଏହାପରେ ଆମେ ଉଭୟ ଉଭୟଙ୍କ ସହିତ ରହିବା , ଯାହାବି ହୋଇଯାଉ ଆମେ କଦାପି ଅଲଗା ହେବlନି l ନବରାତ୍ରି ରେ ଗୋଟିଏ ବିଶେଷ ପୂଜା ଓ ଆଳତୀ ରଖିଛି l ମା ବୈଷ୍ଣଦେବୀ ଙ୍କ ମନ୍ଦିର ଓ ମହାକାଳଶ୍ୱର ମନ୍ଦିର ରେ ଏହାର ଆୟୋଜନ ହୋଇଥିଲା l ‘
ସୁକେଶ ନିଜ ଚିଠିରେ ସିଂହି ବୋଲି ସମ୍ବୋଧନ କରିଛି l ସୁକେଶ ଓ ଜ୍ୟାକଲିନ ଙ୍କ ସମ୍ପର୍କ ସେତେବେଳେ ଚର୍ଚ୍ଚାରେ ଆସିଥିଲା , ଯେତେବେଳେ ସୁକେଶ କୋଟି କୋଟି ଟଙ୍କାର ଉପହାର ଜ୍ୟାକଲିନ ଙ୍କୁ ଦେଇଥିବା ଜଣା ପଡିଥିଲା l ଏହାପରେ ପୋଲିସ ର ଜେରା ର ସମୁଖୀନ ହୋଇଥିଲେ ଅଭିନେତ୍ରୀ ଜ୍ୟାକଲିନ l ଏବଂ ପୋଲିସ ରାଡ଼ାର ରେ ରହିଥିଲେ ଜ୍ୟାକଲିନ l