Odisha news

ଐତିହ୍ୟ ଓ ସଂସ୍କୃତିର ପବିତ୍ରତା ଓ ଧାର୍ମିକ ଭାବନାର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ କୋଣାର୍କ ଅଞ୍ଚଳବାସୀ, ତୀର୍ଥ ପୁଷ୍କରିଣୀ ହେଲା ଆବର୍ଜନା ମୁକ୍ତ l

0
କୋଣାର୍କ:- ବିଶ୍ୱ ପ୍ରସିଦ୍ଧ କୋଣାର୍କ ର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହ  ଜଡ଼ିତ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭଗା ତୀର୍ଥ ପୁଷ୍କରିଣୀ ଅଳିଆ ଆବର୍ଜନା ହୋଇ ପଡିଥିବା ବେଳେ ହବିଷ୍ଯାଳୀ ଓ ତୀର୍ଥ ଯାତ୍ରୀ ମାନଙ୍କ ସ୍ନାନ ନିମନ୍ତେ ଅନୁପଯୁକ୍ତ ଥିବା ପରିପ୍ରେକ୍ଷୀରେ ସ୍ଥାନୀୟ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ ଆଜି ପୂର୍ବାହ୍ନରେ କୋଣାର୍କ ଅଞ୍ଚଳର ଯୁବ ସାମାଜିକ କର୍ମୀ ଓ ସ୍ବେଚ୍ଛାସେବୀ ମାନେ ପୁଷ୍କରିଣୀରୁ ଅଳିଆ ଆବର୍ଜନା ପରିଷ୍କାର କରିଛନ୍ତି।
ଖବରରୁ ପ୍ରକାଶ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ନିମନ୍ତେ ଦୈନିକ ଆସୁଥିବା ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ପରେ ସେମାନେ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଠାରେ ଗ୍ରହ ଶାନ୍ତି ଓ ରିଷ୍ଟ ଖଣ୍ଡନ ନିମନ୍ତେ ସୂର୍ଯ୍ୟ ପୂଜା କରିବା ସହ ସ୍ନାନ କରିଥାନ୍ତି। ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ପୁଣ୍ୟ ତୋୟା ଗଙ୍ଗା ନଦୀରେ ସାତ ଥର ସ୍ନାନ କଲେ ଯେତିକି ପବିତ୍ରତା ମିଳିଥାଏ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଠାରେ ଥରେ ମାତ୍ର ସ୍ନାନ କଲେ ସେହି ପବିତ୍ରତା ପ୍ରାପ୍ତ ହୋଇଥାଏ ବୋଲି କିମ୍ବଦନ୍ତୀରୁ ସୂଚନା ମିଳେ।ଏହି ପୁଣ୍ୟ ତୋୟା ଚନ୍ଦ୍ରଭାଗା ତୀର୍ଥପୁସ୍କରଣୀ ଠାରେ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପରେ ଓଡ଼ିଶାର ଦ୍ବିତୀୟ ସର୍ବବୃହତ ମାଘସପ୍ତମୀ ବୁଡ ଏଠାରେ ଅନୁଷ୍ଠିତ ହୋଇଥାଏ। ଆଉ ୪ମାସ ପରେ ପବିତ୍ର ମାଘସପ୍ତମୀ ବୁଡ ପଡୁଥିବା ବେଳେ ୧ମାସ ପରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ଏଠାରେ ହଜାର ହଜାର ସଂଖ୍ୟାରେ ହବିଷ୍ଯାଳୀ ମାନଙ୍କ ସମାଗମ ହୋଇଥାଏ।  ସ୍ଥାନୀୟ ପ୍ରଶାସନର ଦାୟିତ୍ବହୀନତା ଓ ଖାମଖିଆଲି ମନୋଭାବ ଯୋଗୁଁ ଚନ୍ଦ୍ରଭାଗା ତୀର୍ଥପୁସ୍କରଣୀ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇଥିବା ବେଳେ ଏହାର ପବିତ୍ରତା ଓ ଧାର୍ମିକ ପରମ୍ପରା ପ୍ରତି ଅବମାନନା ସଦୃଶ। ଏଠାକୁ ସୂର୍ଯ୍ୟ ଉପାସନା ଓ ସ୍ନାନ କରିବା ପାଇଁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଭକ୍ତମାନେ ମୁହଁ ଫେରାଇ ନେଉଥିବା ଦେଖିବାକୁ ମିଳିଥିଲା। ଏହି ପବିତ୍ର ତୀର୍ଥପୁସ୍କରଣୀର ପବିତ୍ର ରକ୍ଷା କରିବା ପାଇଁ ଯୁବ ସାମାଜିକ କର୍ମୀ ଦୁର୍ଗା ପ୍ରସାଦ ମହାପାତ୍ରଙ୍କ ନେତୃତ୍ବରେ ରବିବାର ପୂର୍ବାହ୍ନରେ ଚନ୍ଦ୍ରଭଗା  ଠାରେ ୫୦ରୁ ଉର୍ଦ୍ଧ୍ବ ଯୁବକ ଏକତ୍ରିତ ହୋଇ ତୀର୍ଥ ପୁଷ୍କରିଣୀ ଅଳିଆ ଆବର୍ଜନା ସଫା କରି ପୁଷ୍କରିଣୀରୁ ଆବର୍ଜନା ମୁକ୍ତ କରିଥିଲେ। ଆଗାମୀ ଦିନରେ ଏହି ତୀର୍ଥ ପୁଷ୍କରିଣୀର ପବିତ୍ରତା ଓ ଧାର୍ମିକ ଭାବନାର ସୁରକ୍ଷା ଓ ଏହାର ସୌନ୍ଦର୍ଯ୍ୟକରଣ ନିମନ୍ତେ ଲଢେଇ ଅବ୍ୟାହତ ରହିବ ବୋଲି  ଯୁବ ସମାଜସେବୀ ଦୁର୍ଗା ପ୍ରସାଦ ମହାପାତ୍ର ପ୍ରକାଶ କରିଛନ୍ତି।
Nalco
Leave A Reply