Odisha news

ଧାନ ଫସଲ ରେ ମାଟିଆ ଗୁଣ୍ଡି ପୋକ : ଚାଷୀ ମୁଣ୍ଡରେ ଚଡ଼କ

0
ବାଲିପାଟଣା ୦୯/୧୦ (ସ ବ୍ୟୁ) କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ବହୁବିଧ ଯୋଜନା ପ୍ରଣୟନ କରୁଛନ୍ତି। ସାର, ବିହନ, କୃଷି ସରଞ୍ଜାମ,ଓ ମେଡିସିନ ଆଦି ରିହାତି ଦରରେ ଯୋଗାଇ ଦେଉଛନ୍ତି। ହେଲେ ପ୍ରାକୁତିକ ଦୈବ୍ୟ ଦୁର୍ବିପାକ କବଳରୁ ବାଲିପାଟଣା ଚାଷୀଙ୍କୁ ମୁକ୍ତି ମିଳୁନାହିଁ। ଗୋଟିକ ପରେ ଗୋଟିଏ ବିପଦ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଉଛି। ଅଦିନିଆ ଝଡ଼ ବର୍ଷା ପ୍ରଭାବରେ ବ୍ୟାପକ ଫସଲ ନଷ୍ଟ ହୋଇଥଲା।ଚାଷୀମାନେ ଧାର କରଜ କରି ବିହନ ସାର ସଂଗ୍ରହ କରି ପୁଣି ରୁଆ ବେଉଷଣ କରିଥିଲେ। ହଠାତ୍ ନଦୀରେ ବନ୍ୟା ଆସି ଯିବାରୁ ଅଚ୍ୟୁତ ପୁର କାଜ ଦେଇ ବନ୍ୟା ଜଳ ହଜାର ହଜାର ହେକ୍ଟର ଧାନ ଫସଲ ନଷ୍ଟ କରିଥିଲା। ଘର ପୋଡ଼ିରୁ କୁଟା ଖିୟ ପରି ବଞ୍ଚି ଯାଇଥିବା ଧାନ ଫସଲ ବହୁତ୍ ବଢିଆ ବୁଦା ଧରିଥିଲା। ଆଶା ଥିଲା ଭଲ ଫସଲ ଅମଳ ହେବ,ଠିକ୍ ଏତିକି ବେଳେ ଦଇବ ଦାଉ ସାଜିଲା। ଶହ ଶହ ଏକର ଧାନ ଫସଲରେ ବର୍ତ୍ତମାନ୍ ଲେଡ଼ା ପୋକ ସଂକ୍ରମଣ ମାଡି ଚାଲିଛି। ଚଳିତ ବର୍ଷ କୃଷି ବିଭାଗ ପକ୍ଷରୁ ଜଣା ପଡ଼ିଛି ଯେ,୯୫୪୦ ହେକ୍ଟର ଖରିଫ ଚାଷ ଉପଯୁକ୍ତ ଜମି ମଧ୍ୟରୁ ୯୪୫୫ ହେକ୍ଟର ଜମିରେ ଚଳିତ ବର୍ଷ ଧାନ ଚାଷ କରାଯାଇଛି। କୃଷୀ ଅଧିକାରୀ ଏ ସବୁ ଅଞ୍ଚଳ ବୁଲି ଦେଖିବା ପରେ ଜଣାପଡ଼ିଛି ଯେ, ମାତ୍ର ଶତକଡା ୨୦ ଭାଗ ଚାଷୀଙ୍କ ଫସଲରେ ଲେଡା ପୋକ ସଂକ୍ରମଣ ହୋଇଛି । ଏତିକି ବେଳେ ଯଦି କିଛି ସଠିକ ପଦକ୍ଷେପ ନିଆ ନ ଯାଏ, ତେବେ ଧାନ ଫସଲ ସେହି ବିଲରେ ହିଁ ଉଜୁଡ଼ିଯିବ।କୃଷି ଓ କୃଷକର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟରେ ଯେତେ ଯୋଜନା କଲେ ମଧ୍ୟ , ପ୍ରାକୃତିକ ବିପର୍ଯ୍ୟୟ ସବୁ ଯୋଜନାକୁ ନଷ୍ଟ ଭ୍ରଷ୍ଟ କରିଦେଉଛି ।  ଚାଷୀମାନଙ୍କ ସଙ୍ଗଠନ ପକ୍ଷରୁ ଅଭିଯୋଗ ପରେ କୃଷି ବିଭାଗ ପକ୍ଷରୁ କୃଷି ଗ୍ରାମ ସେବକ ଓ ଫିଲ୍ଡଷ୍ଟାଫ୍ ବିଭିନ୍ନ ଅଞ୍ଚଳ ବୁଲି ଦେଖୁଛନ୍ତି, ବୋଲି କୃଷି ବିଭାଗ ଅଧିକାରୀ ନଖେତ୍ର ମୋହନ ରାଉଳ ଓ ବ୍ଲକ ଟେକ୍ନିକାଲ ମ୍ୟାନେଜର ସଞ୍ଜୀବ କୁମାର ସାହୁ କୁହନ୍ତି।ଆସନ୍ତା କାଲି ସୋମବାର ଦିନ ବ୍ଲକ କୃଷି ଅଧିକାରୀ ଓ ବ୍ଲକ ଟେକ୍ନିକାଲ ମ୍ୟାନେଜର ସଞ୍ଜୀବ କୁମାର ସାହୂ, କୃଷକ ସାଥି ମଧୁସ୍ମିତା ଜେନା, ଦେବାଶିଷ ରାଉତରାୟ ପ୍ରମୁଖ ପ୍ରଥମ ପ୍ରଜ୍ୟ।ୟରେ ପମ୍ପାଲୋ ଓ କୁରୁଞ୍ଜିପୂର ପଂଚାୟତ ବୁଲି ଦେଖିବେ। ବର୍ତ୍ତମାନ ଧାନ ଫସଲରେ ମାଟିଆ ଗୁଣ୍ଡିପୋକ(ଲେଡ଼ା ପୋକ)ଲାଗିଥିବାର ଦେଖାଯାଉଛି। ସେଥିପାଇଁ କୃଷୀ ଅଧିକାରୀ ମାନଙ୍କ ସହିତ ଯୋଗାଯୋଗ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଚାଷୀ ମାନଙ୍କୁ ପରାର୍ମଶ ଦିଆଯାଇଛି  ।
Nalco
Leave A Reply