Odisha news

ରାଉଳପାଟଣା ନାୟକ ସାହିରେ ଦୁଇବର୍ଷ ଧରି ନଳକୂପ ଅଚଳ, ତୁରନ୍ତ କାର୍ଯ୍ଯକ୍ଷମ ପାଇଁ ଦାବି।

0
କୋଣାର୍କ – କୋଣାର୍କ ଏନଏସି ଅଧିନସ୍ଥ ୭ନଂ ଓ୍ବାର୍ଡର ରାଉଳପାଟଣା ନାୟକ ସାହିରେ ଦୀର୍ଘ ୨ବର୍ଷ ଧରି ନଳକୂପ ଅଚଳ ହୋଇ ପଡିଥିବା ବେଳେ ଉକ୍ତ ସାହିରେ ପାନୀୟ ଜଳ ସଂକଟ ଦେଖାଦେଇଛି। ଏହି ସାହିର ଅଚଳ ନଳକୂପକୁ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଅଭିଯୋଗ କରାଯାଉଥିବା ବେଳେ ଏ ଦିଗରେ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଜଣାପଡ଼ିଛି। ଏହି ନଳକୂପ ଅଚଳ ହେବା ଦ୍ଵାରା ନାୟକ ସାହିରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି। ଏହି ସାହିର ଜନସାଧାରଣଙ୍କ ହିତ ଦୃଷ୍ଟିରୁ  ଅଚଳ ନଳକୂପକୁ କାର୍ଯ୍ୟକ୍ଷମ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ସାହିର ଜନସାଧାରଣ ଦାବି କରିଛନ୍ତି ।
Leave A Reply