Odisha news

ଲେମନଗ୍ରାସ ଟି ର ଗୋଟିଏ କପ ଦୂର କରିଥାଏ ୧୦ଟି ଶାରୀରିକ ସମସ୍ୟା : ରିସର୍ଚ୍ଚ 

0
ଲେମନଗ୍ରାସ କୁ ଆଜିର ଆଧୁନିକ ଯୁଗରେ ଗୋଟିଏ ପ୍ରାକୃତିକ ଜଡିବୁଟି ଭାବରେ ଗ୍ରହଣ କରାଯାଉଛି l ଲେମନଗ୍ରାସ ର ବିଶେଷ ଚାହିଦା ଏହାର ପ୍ରାକୃତିକ ସୁଗନ୍ଧ ଯୋଗୁଁ ଆଦୃତ ହୋଇଥାଏ l ଆଜିକାଲି ବିଶେଷ ଭାବରେ ଲେମନଗ୍ରାସ ଟି ବା ଚା ର ଅଧିକରୁ ଅଧିକ ଲୋକପ୍ରିୟତା ବଢ଼ିବାରେ ଲାଗିଛି l ଏହାଛଡା ଲେମନଗ୍ରାସ ବ୍ୟବହାର କରିବାର ମଧ୍ୟ ଶରୀରକୁ ମିଳିଥାଏ ଚମତ୍କାର ଲାଭ l କାହିଁକି ନl ଏହା ପୋଷାକ ତତ୍ତ୍ୱରେ ଭରପୁର ହୋଇଥାଏ l
* ଲେମନଗ୍ରାସ ରେ କ୍ଳରୋଜେନିକ ଏସିଡ, ଆଇସୋରିଏଟିନ ଓ ସ୍ପରଟିୟାଜାପନିନ ସହିତ ଅନେକ ପ୍ରକାର ଆଣ୍ଟିଅକ୍ସିଡେଣ୍ଟ ରହିଛି ଯାହାକି ଆମ ଶରୀରର ଫ୍ରିରେଡ଼ିକୁଲସ କୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ l
* ଲେମନଗ୍ରାସ ଅଣ୍ଟିବ୍ୟାକ୍ଟେରିଆଲ ଗୁଣରେ ଭରପୁର ହୋଇଥିବା କାରଣରୁ ଅନେକ ଗୁଡିଏ ରୋଗ ନିକଟରୁ ଆମକୁ ରକ୍ଷା କରିଥାଏ l ଆମର ଇମ୍ୟୁନ ସିଷ୍ଟମ କୁ ମଜବୁତ କରିଥାଏ l ଆମ ଶରୀରର ବିଭିନ୍ନ ସଂକ୍ରମଣ ଦୂର କରିଥାଏ l
* ଲେମନଗ୍ରାସ ରେ ଏଭଳି ଯୌଗିକ ରହିଥାଏ ଯାହାକି ଆମ ଶରୀର କୁ ଫୁଲିବା ରୁ ଠିକ ରଖିଥାଏ l ଏହାଛଡା ଆଣ୍ଠୁଗଣ୍ଠି ଯନ୍ତ୍ରଣା ସହିତ ଗଣ୍ଠି ଫୁଲା ରୁ ମଧ୍ୟ ଆରାମ ମିଳିଥାଏ l
* କୁହାଯାଏ ଯେ ଲେମନଗ୍ରାସ ରେ ଥିବା ସିଟ୍ରଲ ରେ କିଛି କ୍ୟାନ୍ସର ସେଲସ ବିରୋଧରେ କ୍ୟାନ୍ସର ରୋଧି କ୍ଷମତା ରହିଛି l ତେଣୁ ଲେମନଗ୍ରାସ ସେବନ କରିବା ଦ୍ୱାରା ଶରୀର ରୁ ବ୍ୟାଡ଼ ଟକ୍ସିନ ହ୍ରାସ ହୋଇଥାଏ ଓ କ୍ୟାନ୍ସର ପାଇଁ ଖୁବ ଉପଯୋଗୀ l
* ଲେମନଗ୍ରାସ ନିୟମିତ ସେବନ ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ l ମଳ ତ୍ୟାଗ ସୁରୁଖୁରୁ ରେ ହୋଇଥାଏ l ଏହାଛଡା ଗ୍ୟାସ୍ଟ୍ରିକ ଓ ଅଳସର ପାଇଁ ମଧ୍ୟ ଖୁବ ପ୍ରଭାବଶାଳୀ l
* ଲେମନଗ୍ରାସ ଟି ବ୍ଲଡ଼ ଭ୍ୟାସେଲସ ଠିକ ରଖିଥାଏ, ବ୍ଲଡ଼ ଶେର୍କୁଲେସନ କୁ ସନ୍ତୁଳନ ରଖେ, ଉଚ୍ଚ ରକ୍ତଚାପ କୁ ସନ୍ତୁଳନ ରଖିଥାଏ l ଯାହାଦ୍ୱାରା ହାଇ ବ୍ଲଡ଼ ପ୍ରେସର ସମସ୍ୟା ଠିକ ରହିଥାଏ l
* ଅଧ୍ୟୟନ ରୁ ଜଣାପଡିଛି ଯେ ଲେମନଗ୍ରାସ ଟି ଖରାପ କୋଲେଷ୍ଟ୍ରଲ ଲେବୁଲ କୁ କମ କରିବାରେ ସାହାଯ୍ୟ କରିଥାଏ , ଯାହାଦ୍ୱାରା ହାର୍ଟ ଡିଜିଜ ରୁ ଆରାମ ମିଳିଥାଏ l
* ଲେମନଗ୍ରାସ ଟି ମେଟାବୋଲିଯିମ ସ୍ତରକୁ ବଢାଇବାରେ ସାହାଯ୍ୟ କରେ, ଫ୍ୟାଟ ବର୍ନ କରି ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ଭୋକ ନିୟନ୍ତ୍ରଣ ହୋଇଥାଏ l
* ହାଇ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଯୋଗୁଁ ଲେମନଗ୍ରାସ ଟି ସେବନ କରିବା ଦ୍ୱାରା କେଶ ଓ ତ୍ୱଚା କୁ ସୁରକ୍ଷା ମିଳିଥାଏ l ତ୍ୱଚା ଓ କେଶ ସୁନ୍ଦର ହୋଇଥାଏ l
* ଲେମନଗ୍ରାସ ଟି ର ସୁଗନ୍ଧ ମସ୍ତିଷ୍କ କୁ ଶାନ୍ତ ରଖିଥାଏ ଓ ଷ୍ଟ୍ରେସ ଦୂର କରିଥାଏ l ନିଦ ଭଲ ହୋଇଥାଏ l ମାନସିକ ଚାପ ମଧ୍ୟ ଦୂର ହୋଇଥାଏ l
Leave A Reply