Odisha news

ଏୟାରପୋର୍ଟ ରେ ଖାଲି ପାଦ, ପାଇଜାମା କୁର୍ତା ରେ ନଜର ଆସିଲେ ସାଉଥ ସୁପର ଷ୍ଟାର ରାମ ଚରଣ 

0
ସାଉଥ ସୁପର ଷ୍ଟାର ରାମ ଚରଣ ପ୍ରାୟ ଅନେକ ସମୟରେ ଚର୍ଚାରେ ରହି ଥାଆନ୍ତି l କେତେବେଳେ ଚଳଚିତ୍ରକୁ ନେଇ ତ ଆଉ କେତେବେଳେ ଆୱାର୍ଡ ସେରିମନି କୁ ନେଇ l ନିକଟରେ ସେ ଅନେକ ଗୁଡିଏ ପ୍ରୋଜେକ୍ଟ କୁ ନେଇ ଖୁବ ବ୍ୟସ୍ତ ରହୁଛନ୍ତି l ନିକଟରେ ତାଙ୍କର ଗୋଟିଏ ଭିଡିଓ ସାମ୍ନାକୁ ଆସିଛି l ଯାହା ଖୁବ ଭାଇରଲ ହୋଇଛି l
ଏହି ଭିଡ଼ିଓଟି ଏୟାରପୋର୍ଟ ର, ଯେଉଁଠି RRR ଆକ୍ଟର ଖାଲି ପାଦ ରେ ଏୟାରପୋର୍ଟ ରେ ଯାଉଥିବାର ନଜର ଆସିଥିଲେ l ଏହି ସମୟ ରେ ତାଙ୍କ ମୁଣ୍ଡରେ ତିଳକ ଲାଗିଥିଲା ଓ କାନ୍ଧରେ ଗାମୁଛା ପକାଇଥିବାର ନଜର ଆସିଥିଲେ l ତାଙ୍କ ପ୍ରଶଂସକ ମାନଙ୍କୁ ରାମଚରଣ ଙ୍କର ଏହି ଅଲ ବ୍ଲାକ ଲୁକ ଖୁବ ପସନ୍ଦ ଆସିଛି l ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରଲ ହୋଇଛି l ଏହା ପ୍ରଥମ ଥର ନୁହେଁ, ଏହାପୂର୍ବରୁ ରାମଚରଣ ଅନେକ ଥର ଖାଲିପାଦରେ ଦେଖିବାକୁ ମିଳିଛି l ଏହା ପୂର୍ବରୁ ରାମଚରଣ ଗେଟି ଗ୍ୟାଲେକ୍ସି ଥିଏଟର ବାହାରେ ମଧ୍ୟ ଏହି ରୂପରେ ଦେଖିବାକୁ ମିଳିଥିଲା l
ତାଙ୍କ ପ୍ରଶଂସକ ମାନେ ତାଙ୍କର ଏହି ଅବତାର ବିଷୟରେ ଜାଣିବା ପାଇଁ ଖୁବ ଆଶାରେ ଅଛନ୍ତି l କହିରଖୁଛୁ ଯେ ପ୍ରତ୍ୟେକ ବର୍ଷ ରାମଚରଣ ଆୟପl ଦୀକ୍ଷା ନେଇ ଥାଆନ୍ତି l ଏହା ଦକ୍ଷିଣ ଭାରତର ଗୋଟିଏ ପରମ୍ପରା ଅଟେ l ଯାହାକୁ ଆୟପା ଦୀକ୍ଷା କୁହାଯାଇ ଥାଏ l ଏହି ଦୀକ୍ଷା ୪୧ ଦିନ ପର୍ଯ୍ୟନ୍ତ ଚାଲିଥାଏ l ଯେଉଁଥିରେ ଭଗବାନ ଆୟପା ଙ୍କ ଭକ୍ତ ସବୁକିଛି ତ୍ୟାଗ କରି ବ୍ରହ୍ମଚାର୍ଯ୍ୟ ଗ୍ରହଣ କରନ୍ତି l ଏହି ସମୟରେ ଭକ୍ତ ମାନଙ୍କୁ ୪୧ ଦିନ ପର୍ଯ୍ୟନ୍ତ କଳା ବସ୍ତ୍ର ଧାରଣ କରିବାକୁ ପଡିଥାଏ l ଏହି ସମୟରେ ଆମିଷ ଭକ୍ଷଣ ନିଷେଧ , ଦାଢ଼ି ଓ ନଖ ଓ କେଷ କାଟିବା ନିଷେଧ ହୋଇଥାଏ l ଏବଂ ଭକ୍ତ ମାନେ ଏହି ସମୟରେ ତଳେ ଶୋଇ ଥାଆନ୍ତି l
କଳା ପୋଷାକ ଓ ଖାଲି ପଦରେ ରାମଚରଣ ଙ୍କ ର ଏହି ଅବତାର ପ୍ରଶଂସକ ଙ୍କ ହୃଦୟ ଜିତିଛି l

Leave A Reply