ବାରିପଦା : ଷ୍ଟେସନ ବଜାର ଠାରେ ଥିବା ସତ୍ୟ ଇ-ବାଇକ ପକ୍ଷରୁ ଆଜି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସବୁଜ ଅଭିଯାନ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଷ୍ଟେସନ ବଜାର ନିକଟସ୍ଥ ରାସ୍ତାର ଡିଭାଇଡ଼ରରେ ସୁରକ୍ଷା ବାଡ଼ ନିର୍ମାଣ କରାଯାଇ ଆକାର୍ଷଣୀୟ ଫୁଲ ତଥା ବିଭିନ୍ନ ପ୍ରକାର ଡିଜାଇନ ଚାରା ରୋପଣ କରି ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ପରିବେଶ ସୁରକ୍ଷା କରାଯିବା ଉଦେଶ୍ୟରେ ସତ୍ୟ ଇ-ବାଇକର ନିଦେ୍ର୍ଦଶକ ରଜତ କୁମାର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, କାଉନ୍ସିଲର ଦେବାଶିଷ ପାତ୍ର ଓ ଅନନ୍ତ ଦାସ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟର ଶୁଭାରମ୍ଭ କରିବା ସହ ସତ୍ୟ ଇ-ବାଇକର ଏଭଳି ସାମାଜିକ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ସ୍ୱେଛାସେବୀ ପୂର୍ଣ୍ଣିମା ମହାକୁଡ଼, ଲିପୁ ବାରିକ, ଲୁଲୁ ପଟ୍ଟନାୟକ, ସୁଭାଶିଷ ସାହୁ, ଦେବାଶିଷ ସାହୁ, ରୁଦ୍ର ବେହେରା ଓ ସୁନିତା ପାତ୍ର ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ ।