Odisha news

ଜଳସେଚନ ର ସ୍ଥାୟୀ ପ୍ରତିକାର ପାଇଁ ପି ସି ସି,କିଶାନ କଂଗ୍ରେସ ର ଆଲୋଚନା

0
ଅସ୍ତରଙ୍ଗ,,କାକଟପୁର ନିର୍ବାଚନ ମଣ୍ଡଳୀର ବରିଷ୍ଟ କଂଗ୍ରେସ ନେତା ତଥା ପି ସି ସି, କିଶାନ କଂଗ୍ରେସ ର ଅଧ୍ୟକ୍ଷ ଶ୍ରୀ ଅମୀୟକୁମାର ପଟ୍ଟନାୟକ,ଓଡ଼ିଶାର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଞ୍ଜିନିୟର ଭକ୍ତ ରଂଜନ ମହାନ୍ତି ଙ୍କ ସହିତ ସେଚ କାର୍ଯ୍ୟାଳୟ ରେ ସାକ୍ଷାତ ଆଲୋଚନା କରି,ଅସ୍ତରଙ୍ଗ ଅଞ୍ଚକରେ ଜଳସେଚନର ସ୍ଥାୟୀ ପ୍ରତିକାର ପାଇଁ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରି ଛନ୍ତି । ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇ ଅଛି ଯେ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର କେନାଲ ର ତଳ ମୁଣ୍ଡ । ଧାନ ପାନ ମୀନ ଏହି ଅଞ୍ଚଳ ର ଚାଷୀ ମାନଙ୍କ ମୁଖ୍ୟ ଜୀବିକା । ଏଠୀ  ଉର୍ବର ପଟୁମାଟି ଯୋଗୁଁ ଦୋ ଫସଲ ଚାଷ କରି ଚାଷୀ ଲାଭବାନ ହୋଇ ପାରିବ । ଅସ୍ତରଙ୍ଗ ଅଞ୍ଚଳ ସମୁଦ୍ରକୂଳ ବାର୍ତୀ ହୋଇ ଥିବାରୁ ଏଠାରେ ଖୁବ୍ କମ୍ ଗଭୀରତାରେ ଭୂତଳ ଜଳ ମିଳି ପାରିବ । କିନ୍ତୁ ଏହି ଅଞ୍ଚଳ କୁ ଠିକ୍ ସମୟରେ କେନାଲ ପାଣି ଆସିପାରୁ ନ ଥିବାରୁ ଚାଷୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅନେକ ସମୟରେ ରବି ପାଣି ପାଇବା ତ ଦୂରର କଥା,ଖରିପ ସମୟରେ ମଧ୍ୟ କେନାଲ ପାଣି ସମସ୍ୟା ଲାଗି ରହୁଛି । ଅପର ପକ୍ଷରେ,ଚାଷୀ ଜଳ କର ଦେଉଥିବାବେଳେ,କେନାଲରେ ଠିକ୍ ପାଣି ନ ଆସିବା,ସଫେଇ ଠିକ୍ ନ ହେବା ଭଳି ବହୁ ସମସ୍ୟା ଲାଗି ରହିଅଛି । ତେଣୁ କେନାଲରେ ପାଣି ନିୟମିତ ଆସିବା ପାଇଁ ପ୍ରାଚୀ ନଦୀରେ ବ୍ୟରେଜ୍ ନିର୍ମାଣ କାର୍ଯ୍ୟ ଶେଷ କରିବା ସହ, କ୍ଲଷ୍ଟର ଭିତ୍ତିରେ ଉଠା ଜଳ ସେଚନ ପଏଣ୍ଟ ସ୍ଥାପନ କରିବା ପାଇଁ ଜେ ଶ୍ରୀ ପଟ୍ଟନାୟକ ଦାବି କରୁଛନ୍ତି । ମେଗା ଜଳସେଚନ ମୁଖ୍ୟ ଯନ୍ତ୍ରୀ ଇଞ୍ଜିନିୟର,ଚିନ୍ମୟ ରଞ୍ଜନ ରାଉତ ଏହି ଆଲୋଚନାରେ ଉପସ୍ଥିତ ଥିଲେ ।
Leave A Reply