ସାକ୍ଷୀଗୋପାଳ : ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ସତ୍ୟବାଦୀ ବ୍ଲକ ସ୍ତରୀୟ ଖୋ- ଖୋ, ଯୋଗ ଓ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟ ସ୍ତରୀୟ ଖେଳ କୂଦ କାର୍ଯ୍ୟକ୍ରମ ର ସଭାପତି ଭବମ ପ୍ରଧାନଙ୍କ ତତ୍ତ୍ୱାବଧାନରେ ରେ ଏହି ଏକ ଦିବସୀୟ ଖେଳ କୂଦ ଉତ୍ସବର ଆୟୋଜନ କରାଯାଇଥିଲା । ସତ୍ୟବାଦୀ ହାଇସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ଆରମ୍ଭ କରାଯାଇଥିଲା ପ୍ରତିଯୋଗିତା । ବ୍ଳକର 24 ଗୋଟି ଉଚ୍ଚ ବିଦ୍ୟାଳୟର ୩୦୦ ଜଣ ଛାତ୍ର ଛାତ୍ରୀ ମାନେ ଏହି ପ୍ରତି ଯୋଗୀତା ରେ ଅଂଶ ଗ୍ରହଣ କରିଥିଲେ ।ପ୍ରଥମେ ଖୋଖୋ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ୧୭ ଓ ୧୪ ବର୍ଷରୁ କମ ବୟସ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୪୮ ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି । ଏହି ୪୮ ଜଣ ଛାତ୍ରଛାତ୍ରୀ ଚଳିତ ମାସ ୨୮ ତାରିଖରେ ପୁରୀ ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । ସେହି ଭଳି ଚେସ ରେ ୮ ଜଣ ଓ ଯୋଗରେ ୮ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ଜଣା ପଡିଛି । ସତ୍ୟବାଦୀର ବ୍ଲକର ଖେଳକୂଦ କାର୍ଯ୍ୟକ୍ରମ ର ସମ୍ପାଦକ ତଥା ସତ୍ୟବାଦୀ ହାଇ ସ୍କୁଲର ଶାରୀରିକ ଶିକ୍ଷକ ସୁଚିତ୍ର ଖଟେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶାରୀରିକ ଶିକ୍ଷକ ସନ୍ଦୀପ ତ୍ରିପାଠୀ, ପୁଷ୍ପାଞ୍ଜଳି ଜେନା, ମୌସୁମି ଦାଶ, ଦାମଦର ମିଶ୍ର, ଉମାକାନ୍ତ ନାୟକ ଚୟନ କାର୍ଯ୍ୟ କୁ ସୂଚାର ଭାବେ ସମ୍ପାଦନ କରିଥିଲେ । ଅନ୍ୟ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।