ଚିକିତ୍ସା ବିଜ୍ଞାନ ରେ ୱାକିଙ୍ଗ ବା ପ୍ରାତଃ ଭ୍ରମଣ ଓ ସନ୍ଧ୍ୟା ଭ୍ରମଣ କୁ ଖୁବ ଗୁରୁତ୍ୱ ଦିଆଯାଇ ଥାଏ l କାହିଁକି ନା ସୁସ୍ଥ ରହିବ ପାଇଁ ଏହା ଖୁବ ଆବଶ୍ୟକ ଅଟେ l ଛୋଟ ବେଳରୁ ଆମେ ଶୁଣିଛୁ ଯେ ପାଦରେ ଚାଲିବା ଶରୀର ପାଇଁ ଖୁବ ଲାଭ ଦାୟକ l କିଛି ଲୋକ ମର୍ନିଙ୍ଗ ଓ ଏଭିନିଙ୍ଗ ୱାକ ରେ ନିୟମିତ ଯାଇ ଥାଆନ୍ତି l ସେହି ସମୟରେ ୱାକିଙ୍ଗ ରେ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ l କିନ୍ତୁ ନିକଟରେ ଗୋଟିଏ ଅଧ୍ୟୟନ ଅନୁସାରେ ୱାକିଙ୍ଗ କରିବା ସମୟରେ କିଛିଟା କଥାକୁ ଗୁରୁତ୍ୱ ଦିଆଯାଇ ଥିଲା l ଯେଉଁଥିରେ ବିଶେଷ ଭାବରେ ସାଇଲେଣ୍ଟ ୱାକିଙ୍ଗ ଉପରେ ଗୁରୁତ୍ୱ ଦିଆଯାଇ ଥିଲା l ଯାହାକି ଆମକୁ ଫିଟ ରଖିବାରେ ସାହାଯ୍ୟ କରିଥାଏ l
