ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ରରେ ଆମ ଦୈନଦିନ କାର୍ଯ୍ୟ ଅନେକ ସଂକେତ ଦେଇଥାଏ l ଯାହାକୁ ଆମେ ନଜାଣି ପାରି ଅଣଦେଖା କରିଦେଇ ଥାଉ l କିନ୍ତୁ ଏଥିରେ ଏଭଳି କିଛି ରହିଥାଏ ଯାହl ଆମକୁ ଆଗାମୀ ଜୀବନ ରେ ଘଟିବାକୁ ଥିବା କିଛି କାର୍ଯ୍ୟ ବିଷୟରେ ସତର୍କ କରିଦେଇ ଥାଏ l ଯେପରିକି କାଚ ଭାଙ୍ଗିବା ଓ କ୍ଷୀର ଉତୁରିବା ନିୟମିତ ଘଟି ଥାଏ l
* ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ ପଛରେ କଣ ସଂକେତ ରହିଥାଏ -:
– ଅନେକ ସମୟରେ ଆମେ କ୍ଷୀର ଫୁଟାଇବା ସମୟରେ କିମ୍ବା ଚା ପ୍ରସ୍ତୁତ କରିବା ସମୟରେ କ୍ଷୀର ଉତୁରି ଯାଇଥାଏ l ଜ୍ୟୋତିଷ ଶାସ୍ତ୍ରରେ ଏହା ଅଶୁଭ ସଂକେତ ହୋଇଥାଏ l ଏହାଦ୍ୱାରା ଘରର ସୁଖ-ଶାନ୍ତି ହ୍ରାସ ହୋଇଥାଏ ଓ ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ସୃଷ୍ଟି ହେବାର ସଂକେତ ଦେଇଥାଏ l ତେଣୁ କରି ଯେତେବେଳେ ଆମେ ନୂଆ ଘର ପ୍ରତିଷ୍ଠା କରିଥାଉ କ୍ଷୀର ବା କ୍ଷୀରି ଉତୁରାଈ ସମସ୍ତ ରିଷ୍ଟ ଖଣ୍ଡନ କରିଥାଉ l
– ଦୁଗ୍ଧରେ ପ୍ରସ୍ତୁତ ଜିନିଷ ପଡିଯିବା ଦେଇଥାଏ ଅଶୁଭ ସଂକେତ l ଦୁଗ୍ଧ କିମ୍ବା ଦୁଗ୍ଧ ରେ ପ୍ରସ୍ତୁତ ଜିନିଷ ପଡିବା ଦ୍ୱାରା ବ୍ୟକ୍ତିର ଜୀବନ ରେ ଆର୍ଟିକ ସଂକେତ ଦେଖା ଦେଇଥାଏ l ଏହାଛଡା ମନରେ ନକରତ୍ମକ ବିଚାର ଦେଖା ଦେଇଥାଏ l
– ଯଦି ଆପଣଙ୍କ ଅଜାଣତ ରେ କେବେ ଆପଣଙ୍କ ଘର ର ଦର୍ପଣ, କିମ୍ବା ଅନ୍ୟ କୌଣସି କାଚ ଜିନିଷ ଭାଙ୍ଗି ଯାଇଥାଏ ତେବେ ଏହା ଶୁଭ ସଂକେତ ଦେଇଥାଏ l ଜ୍ୟୋତିଷ ଶାସ୍ତ୍ରରେ କାଚ ଜିନିଷ ଭାଙ୍ଗିବା ଦ୍ୱାରା ଆପଣଙ୍କ ଘରକୁ ଆସୁଥିବା ସଂକେତ ଦୁରେଇ ବା ଟଳି ଯାଇଥାଏ l
– ଯଦି କୌଣସି ସୌଭାଗ୍ୟବତୀ ନାରୀ ସିନ୍ଦୁର ଲଗାଇବା ସମୟରେ ହାତରୁ ସିନ୍ଦୁର ଡବା ଖସି ପଡୁଛି, ତେବେ ଏହା ଅଶୁଭ ସଂକେତ ଅଟେ l ଏହାଦ୍ୱାରା ସ୍ୱାମୀଙ୍କ ଜୀବନ ରେ ଆର୍ଥିକ ଅନାଟନ, ଚାକିରୀରେ ଅସୁବିଧା ଓ ବ୍ୟବସାୟ ରେ ଅସଫଳତା ଇତ୍ୟାଦି ହୋଇଥାଏ l ତେଣୁ ଏପରି ସ୍ଥିତିରେ ଠାକୁର ଙ୍କ ନିକଟ ରେ ଘିଅ ଦୀପ ଜଳାଇ ଓଁ ନମଃ ଶିବାୟ ମନ୍ତ୍ର ହାପି କରନ୍ତୁ l ଏହାଦ୍ୱାରା ସମସ୍ତ ବିପତି ଟଳି ଯିବ l