Odisha news

ଲକ୍ଷାଧିକ ଟଙ୍କାର ଧଳାଜହର ଜବତ : ଜଣେ ଗିରଫ

0
ଆଠଗଡ଼ ତା ୧୧-୦୯-୨୩ ସୋମବାର ଦିନ ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ଼ ଅବକାରୀ ଉପ ଅଧିକ୍ଷକ ପ୍ରମୋଦ କୁମାର ପଣ୍ଡା ଙ୍କ ନେତୃତ୍ବରେ ଆଠଗଡ଼ ଏବଂ ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ଭୋର ସକାଳ ୬ ଟା ସମୟରେ ମିଳିତ ଚଢାଉ କରାଯାଇ ବାଙ୍କୀ ଟାଉନ୍ ତାରିଣୀ ଛକ ନିକଟରୁ ୧୦୫ ଗ୍ରାମ ବ୍ରାଉନ ସୁଗାର ସହିତ ଜଣେ ଗିରଫ ଏବଂ ଗୋଟିଏ ସ୍କୁଟି ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ବାଙ୍କୀ ଥାନା ଅନ୍ତର୍ଗତ ନୂଆ ଗାଁ ର ନବଘନ ରାଉତ ଙ୍କ ପୁଅ ପ୍ରତାପ ରାଉତ (୪୭)।ସେ ଜଣେ ଅଭ୍ୟାସ ଗତ ଧଳା ଜହର ବେପାରୀ ହୋଇଥିବା ବେଳେ ଗତ ଦୁଇ ମାସ ତଳେ ସେ ଜେଲରୁ ମୁକୁଳିଥିଲେ। ପ୍ରତାପ ଙ୍କୁ ବିଭାଗ ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ଏହି ଧଳାଜହର ଆଠଗଡ଼ ଅଞ୍ଚଳରେ ବହୁସ୍ଥାନରେ  କାରବାର ହେଉଥିଲେ ମଧ୍ୟ ଆଠଗଡ଼ ଅବକାରୀ ବିଭାଗର ଅଧିକାରୀମାନେ ନିଘୋଡ଼ ନିଦରେ ଶୋଇଛନ୍ତି  ।ଏଥି ପ୍ରତି କାହାର ନଜର ପଡେନାହିଁ।ଆଠଗଡ଼ ଅଞ୍ଚଳରେ ଏହି ଧଳାଜହର କାରବାର ପ୍ରତି ଯଦି ରୋକ୍ ଲଗାନଜାଏ ତେବେ ଆଗାମୀ ଦିନରେ  ଚୋରି, ଡକାୟତି,ଭଳି ଘଟଣା ଦେଖିବାକୁ ମିଳିବ।
Leave A Reply