Odisha news

ସାକ୍ଷୀଗୋପାଳଙ୍କ କାଳୀୟ ଦଳନ : ନୁତନ ଭାବେ ଆକର୍ଷଣୀୟ ରାଧାକୁଣ୍ଡ ରେ ଦେବନୀତି ସମ୍ପନ୍ନ 

0
ସାକ୍ଷୀଗୋପାଳ :  ଆଜି ଭାଦ୍ରବ ମାସ  କୃଷ୍ଣପକ୍ଷ ଏକାଦଶୀ ତିଥି l ଏହି ଅବସରରେ   ସାକ୍ଷୀଗୋପାଳ ମନ୍ଦିର ରେ ପରମ୍ପରା କ୍ରମେ ଠାକୁରଙ୍କ କାଳୀୟଦଳନ ପର୍ବ ଓ  ଦେଵନିତୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାକ୍ଷୀଗୋପାଳ ଠାକୁର କାଳୀୟ ଦଳନ ଵେଶରେ ସଜ୍ଜିତ ହୋଇଥିଲେ। ରତ୍ନ ସିଂହାସନ ଉପରେ ଠାକୁର ସପ୍ତଫେଣି କାଳୀୟ  ନାଗ ଉପରେ ଠାକୁର ଦଣ୍ଡାୟମାନ ହୋଇ ଗୋଟିଏ ହାତରେ କାଳୀୟ ନାଗର  ଲାଞ୍ଜ ଧରିଥିବା ମନୋରମ  ଦୃଶ୍ୟ ଦେଖି ଭକ୍ତ ମାନେ ବିମୋହିତ ହୋଇଥିଲେ । ଦୈନନ୍ଦିନ  ଦେଵନୀତି ସହିତ ଗୋଧନ ବାହୁଡ଼ା ଭୋଗପରେ ସାକ୍ଷୀଗୋପାଳ ଙ୍କ ବିଜେପ୍ରତିମା ମଦନ ମୋହନ ଦେବ ଓ ଲବଣି ଚୋରା ଠାକୁର ବିମାନରେ  ରଙ୍ଗଣିସାହି ସ୍ଥିତ ଲବଣିଖିଆ ମଣ୍ଡପକୁ ବିଜେ କରିଥିଲେ।ମହାଭୋଇ କୁଳର କୂଳବଧୁ ମାନେ ଠାକୁରଙ୍କ ବନ୍ଦାପନା କରିଥିଲେ। ଏହି ଵିଧି ସମାପନ  ପରେ ଠାକୁର ବିମାନ ଯୋଗେ ରାଧାକୁଣ୍ଡ କୁ ବିଜେ କରିଥିଲେ l  ସେଠାରେ ପନ୍ତିଭୋଗ, ଆଳତି ,ଉପଚାର ଅନୁଷ୍ଟିତ ହୋଇଥିଲା। ଠାକୁରଙ୍କ ଏହି ଲୀଳା ରେ ଜଣେ ସେବାୟତ ଶ୍ରୀ କୃଷ୍ଣ ବେଶରେ ,ମଣ୍ଡଣି ସୁଆଁସିଆ ସେବକ କାଳୀୟ ନାଗ ବେଶରେ ଓ ଅନ୍ୟ ଜଣେ ବିଶୋଇ ସେବକ ଗରୁଡ ବେଶ ଧାରଣ କରିଥିଲେ। ପ୍ରଚଳିତ କଥା ଅନୁଯାୟୀ କଂସ ମହାରାଜଙ୍କ ଆଦେଶରେ କାଳନ୍ଦୀହ୍ରଦ କୁ ଲକ୍ଷେପଦ୍ମ ତୋଳିବାକୁ ଯାଇଥିବା ଶ୍ରୀ କୃଷ୍ଣ କାଳୀୟ ନାଗ ଦଂଶନରେ ମୂର୍ଛିତ ହୋଇଥିଲେ।ଶ୍ରୀକୃଷ୍ଣ ଙ୍କ ବିଷ ହରଣ କରିବାକୁ ଗରୁଡ଼ ସେବା ଅନୁଷ୍ଠିତ ହୋଇଥିଲା । ନୁତନ ଭାବେ ଆକର୍ଷଣୀୟ କରାଯାଇଥିବା ରାଧାକୁଣ୍ଡ ପୁଷ୍କରିଣୀରେ ଠାକୁରଙ୍କ କାଳୀୟ ଦଳନ ନୀତି ଦର୍ଶନ ନିମନ୍ତେ  କାଳନ୍ଦୀ  ହ୍ରଦରେ ଭକ୍ତ ଓ  ଶ୍ରଦ୍ଧାଳୁ ମାନଙ୍କ  ସମାଗମ ହୋଇଥିଲା   । ଘଣ୍ଟ ବଜାଇ ମଶାଲ ଜଳାଇ ଅଣ୍ଟାରେ ଘଣ୍ଟି ଘାଗୁଡି ମାଳ ,ମୁଣ୍ଡରେ ମୁକୁଟ ,ଲମ୍ବା ନାକ ,ଭୁଜରେ ଡେଣା ବାନ୍ଧି ସେଠାରେ ଗରୁଡ଼ ପହଞ୍ଚି ଶ୍ରୀକୃଷ୍ଣ ଙ୍କୁ ଡେଣା ରେ ଝାଡ଼ିବା ସହିତ ଅମୃତ ଲଡ଼ୁ ଖୁଆଇ ବିଷ ହରଣ କରିଥିଲେ। ସ୍ଥାନୀୟ ଗୋପାଳପୁର ପାଟଣା ଗ୍ରାମର ଠାକୁର ଙ୍କ ବିଶୋଇ ସେବକ ନାରାୟଣ ମହାପାତ୍ର ବଂଶାନୁକ୍ରମିକ ଭାବେ ଏହି ଗରୁଡ଼ ସେବା ସମ୍ପନ୍ନ  କରିଥିଲେ l   ଶ୍ରୀକୃଷ୍ଣ ସେଵାରେ ଚିତ୍ତରଞ୍ଜନ  ଶତପଥି ସାମିଲ ହୋଇଥିଲେ। ବିଳମ୍ବିତ ରାତିରେ ଠାକୁର ମନ୍ଦିର କୁ ଫେରିବା ପରେ ସାକ୍ଷୀଗୋପାଳ ଠାକୁରଙ୍କୁ କାଳୀୟ ଦଳନ ଵେଶ ଦର୍ଶନ ଆରମ୍ଭ ହୋଇଥିଲା ।ଫଟୋ ପରେ ଦିଆଯିବ l
Ad2
Leave A Reply