Odisha news

ଫୋରମ୍ ଅଫ ଏକାଡେମୀ ପକ୍ଷରୁ ଆଲୋଚନା ଚକ୍ରରେ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ମାନୀତ।

0
ଆଠଗଡ,ତା ୧୦ -୯-୨୩।  ସ୍ଥାନୀୟ ଆଠଗଡ଼ ସ୍ଥିତ ମିନି ଷ୍ଟାଡିୟମ ଠାରେ  ଅନୁଷ୍ଠିତ ଫୋରମ୍ ଅଫ ଏକାଡେମୀ ପକ୍ଷରୁ ଆୟୋଜିତ ଶିକ୍ଷା ଜ୍ୟୋତି ସମ୍ମାନ ଆଲୋଚନା ଚକ୍ରରେ ବିଶେଷ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗଦେଇଥିଲେ। ବିଭିନ୍ନତା ଭିତରେ ଏକତାର ପରିଣତ କରି ଏକତାରେ  ବିଭିନ୍ନତା ନେଇ ଶିକ୍ଷା  ଜ୍ୟୋତି ସମ୍ମାନ କାର୍ଯ୍ୟକ୍ରମରେ ଅନୁଷ୍ଠିତ ଆଲୋଚନା ଚକ୍ରର ମୂଳ ଉଦ୍ଦେଶ୍ୟ। ଏହାସହିତ ମହାତ୍ମା ଗାନ୍ଧୀଙ୍କ ଦର୍ଶନକୁ ମନେପକାଇବା ସହିତ ଏହି ଆଲୋଚନା ଚକ୍ର ବଳରେ ମାନସିକତାର ପରିବର୍ତ୍ତନର ଆବଶ୍ୟକତା ରହିଛି ଯାହାକି କେବଳ ଆଠଗଡ ନୁହେଁ ବରଂ ସାରା ଦେଶକୁ ଏକ ଭଲ ଦିଗଦର୍ଶନ ଦେଇ ହେବ ବୋଲି ପ୍ରକାଶ କରିଥିଲେ । ଫୋରମ ଅଫ ଏକାଡେମିକ୍ସର ସଭାପତି ଡାଃ ଦାମୋଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିକ୍ଷକ ପର୍ବ ୨୦୨୩ର ଆଲୋଚନା ଚକ୍ରର ପ୍ରଥମାର୍ଦ୍ଧରେ ଦିଲ୍ଳୀ  ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡଃ ଲକ୍ଷ୍ମଣ ଯାଦବ ମୂଖ୍ୟଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଜାତିବାଦ ଓ ସମ୍ପ୍ରଦାୟବାଦ ଠାରୁ ଦୂରରେ ରଖିବା ସହିତ ସେମାନଙ୍କୁ ଜଣେ ଜଣେ ସୁନାଗରିକ କରିବା ପାଇଁ ଆହ୍ବାନ ଦେଇଥିଲେ  । ଏହାସହିତ ଅନ୍ୟତମ ଅତିଥି ଭାବେ ଯୁବ ସଂଗଠକ ତଥା ସର୍ବୋଚ୍ଚ ନ୍ୟାୟାଳୟର ଯୁବ ଆଇନିଜୀବି ଅଦିତ୍ୟ ପ୍ରସାଦ ସ୍ୱାଇଁ ଯୋଗଦେଇ ଶିକ୍ଷାନୀତିକୁ କେନ୍ଦ୍ର ସରକାରଙ୍କ ଭୁମିକା ଉପରେ ସମାଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ ଏକାଡେମିକ୍ସର ସଂପାଦକ ଡଃ ଶଶି ଭୂଷଣ ମିଶ ଯୋଗଦେଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।  ସଂଯୋଜକ ଅଧ୍ୟାପକ ଡଃ ରାମ ଚନ୍ଦ୍ର ସାହୁ, ଲଲିତ ମୋହନ ନାୟକ ଏବଂ ନିଳମଣି ନାୟକ ପ୍ରମୁଖ ନିଜ ନିଜର ଅଭିଭାଷଣ ରଖିବା ସହିତ ଶିକ୍ଷା ଜ୍ୟୋତି ଦୀର୍ଘ ୮ ବର୍ଷରେ ହାଇସ୍କୁଲ ପରୀକ୍ଷାରେ ଛାତ୍ରଛାତ୍ରୀ ମାନଙ୍କ ଫଳାଫଳ ୮ ଗୁଣ ବୃଦ୍ଧି ହୋଇଛି ଯାହାକି ଏହା କେବଳ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷିରେ ନିର୍ବାଚନ ମଣ୍ଡଳିର ସମସ୍ତ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ୧୪୪୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ  ୮୮ ଜଣ କର୍ମଚାରୀ  ମାନଙ୍କୁ ଏକାଡେମିକ୍ସ ପକ୍ଷରୁ ସମ୍ମାନୀତ କରାଯାଇଥିଲା ।
Ad2
Leave A Reply