Odisha news

ସାରସ୍ୱତ ସମିତିର ଭବନ ନିର୍ମାଣ ପାଇଁ ଭୂମୀପୂଜନ।

0
ନୂଆପଡା-୧/୦୯ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ସ୍ଥିତ ଅଗ୍ରଣୀ ସାହିତ୍ଯ ଅନୁଷ୍ଠାନ ଗଙ୍ଗାଧର ସାରସ୍ୱତ ସମିତିର ନୂତନ ଭବନ ନିର୍ମାଣ ନିମନ୍ତେ ଗୁରୂବାର ଭୂମି ପୂଜନ ଅନୁଷ୍ଠିତ ହୋଇଛି । ପବିତ୍ର ଶ୍ରାବଣ ପୂର୍ଣ୍ଣୀମି ଅବସର ରେ ସମିତି ଦ୍ଵାରା ଆୟୋଜିତ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଭବ୍ଯ ଜୟନ୍ତୀ ସମାବେଶରେ  ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଭୂମୀପୂଜନ  ଓ ଭବନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିରେ ସାରସ୍ୱତ ସମିତିର ସଭାପତି ବୈଷ୍ଣବ ମେହେର କର୍ତ୍ତା ରହିଥିବା ବେଳେ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠର ବରିଷ୍ଠ କାର୍ଯ୍ଯକର୍ତ୍ତା ପୂର୍ଣ୍ଣଚଂଦ୍ର ମେହେର ପୂଜକ ଦାୟିତ୍ୱ ନିର୍ବାହ କରିଥିଲେ । ଏଠାରେ ସୂଚନାଯୋଗ୍ଯ ଯେ ଏକ ସକ୍ରିୟ ସାହିତ୍ଯ ଅନୁଷ୍ଠାନ ଭାବରେ ଜିଲ୍ଲା ତଥା ଜିଲ୍ଲା ବାହାରେ ଭାଷା ସାହିତ୍ଯର ଉନ୍ନତି ପାଇଁ ଗଙ୍ଗାଧର ସାରସ୍ୱତ ସମିତି ବର୍ଷସାରା ବିଭିନ୍ନ କାର୍ଯ୍ଯକ୍ରମ ହାତ କୁ ନେଇ ସଫଳତା ସହ ଆୟୋଜନ କରିଥାଏ । ସମିତିର ଆବଶ୍ଯକତାକୁ ଅନୁଭବ କରି ବିଧାୟକ ସ୍ୱୟଂ ଭବନ ନିର୍ମାଣର ନେତୄତ୍ୱ ନେବା ସହ ଆବଶ୍ଯକ ଅର୍ଥ ଯୋଗାଇବା ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ସମିତିର ସଂପାଦକ ତରୁଣ କୁମାର ମେହେର, ପଟ୍ଟାୟତ ନୀଳଲୋହିତ ସିଂହଦେଓ, ପରମେଶ୍ୱର ମୁଣ୍ତ, ତୁଳସୀରାମ ମେହେର, ମନିଷ ପଟେଲ,  ରବିଂଦ୍ରନାଥ ଯୋଷୀ, ଗୋବିନ୍ଦ ସାହୁ, ନବୀନ ଚଂଦ୍ର ମେହେର, ଗୌରାଙ୍ଗ ସାହୁ, ସୁବ୍ରତ ଠାକୁର,  ବିଜୟ କୁମାର ଯୋଷୀ, ମୁରଳୀଧର ସା, ଜୟପାଲ ନାଗ, ଧୃବଚରଣ ପଧାନ, ଚଂଦ୍ରଶେଖର ମେହେର, ଗୋଦାବରିଶ ନାଏକ, ଆଲୋକ ମେହେର, ଖଗେଶ୍ୱର ମେହେର, ହାଡ଼ୁରାମ ମେହେର, ପ୍ରବୀଣ ମେହେର, ବଂଶୀଧର ଜଗତ, ଗୌତମ ମେହେର, ପ୍ରେମାନନ୍ଦ ମେହେର, ରାଜୁ ମେହେର, ଗଣପତି ବାଗ, ଶଙ୍କର ମେହେର, ପ୍ରଦୀପ ମେହେର, ଋଷଭ ମେହେର, ଶିବପ୍ରସାଦ ମେହେର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରି ଥିଲେ ।
Leave A Reply