Odisha news

ଆଜି ହେଉଛି ଗୁରୁବାର ଓ ପବିତ୍ର ଶ୍ରାବଣ ପୂର୍ଣ୍ଣିମା , ଘରର ସୁଖ ଶାନ୍ତି ଓ ଧନ ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ

0

ଆଜି ଅଗଷ୍ଟ ୩୧ ତାରିଖ ଓ ପୂର୍ଣିମା ପର୍ବ ପାଳନ କରାଯିବ l ଆଜିର ତିଥି କୁ ସିଦ୍ଧିଦାୟକ ତିଥି ମଧ୍ୟ କୁହାଯାଇ ଥାଏ l ଶ୍ରାବଣ ପୂର୍ଣିମା ଦିନ ସୂର୍ଯ୍ୟ ପୂର୍ବା ଫାଲଗୁନି ନକ୍ଷତ୍ର ରେ ପ୍ରବେଶ କରିବେ l ଯେଉଁଥି ପାଇଁ ଏହିଦିନ ର ମହତ୍ୱ ବଢି ଯାଉଛି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ର ଲକ୍ଷ୍ମୀ ନାରାୟଣ ଙ୍କ କୃପା ମଧ୍ୟ ରହିଥାଏ l

* ଆଜି ଗୁରୁବାର ଦିନ ହୋଇଥିବା ହେତୁ ମାତା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ କରିବା ପାଇଁ ଲକ୍ଷ୍ମୀ ଙ୍କ ନିକଟରେ ୧୧ ଟି ହଳଦୀ ଲଗା ଯାଇଥିବା କଉଡ଼ି ଅର୍ପଣ କରନ୍ତୁ l ଏହାର ପର ଦିନ କଉଡ଼ି ଗୁଡିକୁ ଗୋଟିଏ ନାଲି କପଡା ରେ ବାନ୍ଧି ଘରର ଅଲମାରି ରେ ରଖି ଦିଅନ୍ତୁ l ଏହାଦ୍ୱାରା ଧନ ର ବୃଦ୍ଧି ହୋଇଥାଏ l

* ଆଜିର ଦିନରେ ମଧ୍ୟ ରକ୍ଷାବନ୍ଧନ ପର୍ବ ର କିଛି ସମୟ ରହିଥିବା କାରଣରୁ ଭାଇ ଭଉଣୀ ଙ୍କ ମଧୁର ସମ୍ପର୍କ ପାଇଁ ଓ ମନ ସ୍କାମନା ପୂରଣ ପାଇଁ ଦରିଦ୍ର ଙ୍କୁ ଖାଦ୍ୟ ଦାନ କରନ୍ତୁ l ଏହାଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ହେବ ଓ ସମ୍ପର୍କ ରେ ମଧୁରତା ବଢିବ l

* ଆଜିର ଦିନରେ ଗାୟତ୍ରୀ ମନ୍ତ୍ର ଜପ କରିବା ଖୁବ ଶୁଭ ହୋଇଥାଏ l ଏହି ମନ୍ତ୍ରକୁ ୧୦୮ ଥର ଜପ କରିବା ଦ୍ୱାରା ଭାଗ୍ୟ ଚମକି ଉଠିଥାଏ ଓ ଜୀବନ ସୁଖମୟ ହୋଇଥାଏ l

* ପୂର୍ଣିମା ଦିନ ମାଲକ୍ଷ୍ମୀ ପିପଳ ବା ଓସ୍ତ ବୃକ୍ଷରେ ଆବିର୍ଭାବ କରି ଥାଆନ୍ତି l ଚଳିତ ଥର ଶ୍ରାବଣ ପୂର୍ଣିମା ଗୁରୁବାର ହୋଇଥିବା କାରଣରୁ ଏହାର ବିଶେଷ ଯୋଗ ଘଟୁଛି l ତେଣୁ ଆଜିର ଦିନ ରେ ଓସ୍ତ ବୃକ୍ଷ ନିକଟରେ ପୂଜା ଅର୍ପଣ କରି ଲକ୍ଷ୍ମୀ ମହାମନ୍ତ୍ର ଜପ କରନ୍ତୁ l ସମସ୍ତ କାର୍ଯ୍ୟ ରେ ସିଦ୍ଧ ଲାଭ କରିବେ l

* ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ରେ ମଧୁରତା ପାଇଁ ଆଜିର ଦିନରେ ସ୍ୱାମୀ ସ୍ତ୍ରୀ ଚନ୍ଦ୍ରମା ଙ୍କୁ କଞ୍ଚା ଦୁଗ୍ଧ ଓ ମିଶିରି ରେ ଅର୍ଘ୍ୟ ଦେଇ ” ଓଂ ସ୍ତ୍ରାଙ୍ଗ ସ୍ତ୍ରୀଙ୍ଗ ସ୍ତ୍ରୀଙ୍ଗ ସହ ଚନ୍ଦ୍ରମସେ ନମଃ ” ମନ୍ତ୍ର ଜପ କରନ୍ତୁ l ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ l

* ଆଜିର ଦିନରେ କଦଳୀ ଗଛ କୁ ପୂଜା କରିବା ଖୁବ ଶୁଭ ହୋଇଥାଏ l କଦଳୀ ଗଛ ପୂଜା କରିବା ସମୟରେ ଲକ୍ଷ୍ମୀ ଙ୍କୁ ଧ୍ୟାନ କରନ୍ତୁ ଏହାଦ୍ୱାରା ଯଶ ଲାଭ ହେବ l

Leave A Reply