ଆଠଗଡ଼ ୩୦/୮/୨୩ ଆଠଗଡ଼ ବ୍ଲକ ବିଜୁ ଜନତା ଦଳର ଏକ ମିଶ୍ରଣ ପର୍ବ ବ୍ଳକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଖୁଣ୍ଟୁଣି ଖେଳ ପଡିଆ ଠାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗ ଦେଇ ବିଜେପି ର କର୍ମୀ ମାନଙ୍କୁ ଆନୁଷ୍ଠାନିକ ଭାବେ ଦଳରେ ସାମିଲ କରିଥିଲେ। ଆଠଗଡ଼ ବ୍ଲକ ୨ ନମ୍ବର ଜୋନ୍ ବିଜେପି ମଣ୍ଡଳ ସଭାପତି ସୁଶାନ୍ତ ଦଳେଇ, ମଣ୍ଡଳ ଯୁବ ସଭାପତି ପ୍ରତ୍ୟୁଷ ବେଉରା, ଦଳିତ ମୋର୍ଚ୍ଚା ସଭାପତି ବରୁଣ କାନ୍ତ ବେହେରା,ଖୁଣ୍ଟୁଣି ପଞ୍ଚାୟତ ବିଜେପି ସଂପାଦକ ନିଗମାନନ୍ଦ ପ୍ରଧାନ ଙ୍କ ସମେତ ବହୁ ଭାରତୀୟ ଜନତା ପାର୍ଟିର କର୍ମୀ ଦଳୀୟ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ବିଜେଡି ରେ ଯୋଗଦାନ କରିଛନ୍ତି ବୋଲି କହିଛନ୍ତି। ଉକ୍ତ ମିଶ୍ରଣ ପର୍ବ ରେ ବିପିନ ବିହାରୀ ପ୍ରଧାନ, ନୃସିଂହ ଚରଣ ସାହୁ, କଣ୍ଡରେଇ ସରପଞ୍ଚ ଜ୍ଞାନ ରଂଜନ ଦାସ,ଭୋଗରା ସରପଞ୍ଚ ଅଜିତ କୁମାର ଦାଶ ଯୁବ ବିଜେଡ଼ି ସଭାପତି ବିନୋଦ କୁମାର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କଣ୍ଡରେଇ ପଞ୍ଚାୟତ ର ଯୁବ କର୍ମୀ ଅରୁପ ରଂଜନ ମହାନ୍ତି ଓ ସୁନିଲ ବେହେରା ଆୟୋଜନ କରିଥିଲେ।
